କନକ ବ୍ୟୁରୋ: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଯାଉଛି,ଇସ୍କନ ସାଧୁଙ୍କୁ ଗିରଫ କରାଯାଉଛି । ଆଉ ଏହା ଭିତରେ ଆଜି ଢ଼ାକାରେ ପହଁଚିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସଚିବ ସାଇରସ ମିସ୍ରି । ପ୍ରତିପକ୍ଷ ନେତାଙ୍କ ସହ ଆଲୋଚନା ପରେ ଆଗକୁ ଉତେଜନା ଓ ହିଂସା କମିବା ନେଇ ସମ୍ଭାବନା ଦେଖାଦେଇଛି  ।

Advertisment

କିଛି ଦିନ ହେବ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ କରାଯାଉଛି ଲଗାତାର ଆକ୍ରମଣ । କେଉଁଠି ହିନ୍ଦୁ ମନ୍ଦିର ଭଙ୍ଗାଯାଉଛି ତ ପୁଣି କେଉଁଠି ବିଭତ୍ସ ହତ୍ୟା । ଦିନ ଯେତିକି ବଢ଼ୁଛି ଅତ୍ୟାଚାର ସେତିକି ବୃଦ୍ଧି ପାଉଛି । ଏହା ଭିତରେ ଆଜି ଢ଼ାକାରେ ପହଁଚିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରାଳୟ ସଚିବ ବିକ୍ରମ ମିସ୍ରି । ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଅଳ୍ପସଂଖ୍ୟକ ହିନ୍ଦୁଙ୍କ ସୁରକ୍ଷା ଦିଗରେ ଗୁରୁତ୍ବାରୋପ କରିଛି ଭାରତ ।

ସେପଟେ ବିଧାନସଭାରେ ବାଂଲାଦେଶ ମନ୍ତ୍ରୀଙ୍କ ସେହି ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗର୍ଜନ କରିଛନ୍ତି  ଯେଉଁଥିରେ ମନ୍ତ୍ରୀ କହିଥିଲେ ବିହାର,ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ କବଜା କରାଯିବ ।ମମତା କହିଛନ୍ତି ଆମ ଓ ଆମ ରାଜ୍ୟକୁ କବଜା କରିବାକୁ ଚିନ୍ତା କରୁଥିବା ବାଂଲାଦେଶ ମନ୍ତ୍ରୀ ଜଣେ ନିର୍ବୋଧ । ସେପଟେ ହିଂସା ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରି ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି ଟିଏମସି

ସେପଟେ ବାଂଲାଦେଶ ଇସ୍କନ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ସମସ୍ୟା ବଢ଼ୁଛି । ବାଂଲାଦେଶରେ ବେଆଇନ ଭାବେ ଗିରଫ ହୋଇଥିବା ହିନ୍ଦୁ ସାଧୁ ଚିନ୍ମୟ କ୍ରିଷ୍ଣା ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ଚିଟ୍ଟାଗଙ୍ଗ ପୁଲିସ । ବର୍ତ୍ତମାନ ସେ ଜେଲରେ ବନ୍ଦୀ ରହିଛନ୍ତି । ପୂର୍ବରୁ ଚିନ୍ମୟ ଦାସ ଏବଂ ତାଙ୍କର ହଜାର ହଜାର ଅନୁଗାମୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା ।