କନକ ବ୍ୟୁରୋ : ଏଥରକ କଂଗ୍ରେସ ଉପରେ ଆଉ କିଏ ନୁହେଁ ଖୋଦ ଇଣ୍ଡିମେଣ୍ଟର ସହଯୋଗୀ ଦଳମାନଙ୍କ ବଡ ଚାପ ପଡିଲାନି । କାରଣ କୌଣସି ରାଜନୈତିକ ରଣନୀତି ନୁହଁ ବଂର ପଟ ପରିବର୍ତ୍ତନ । ପ୍ରଥମ ଦିନରୁ ମେଣ୍ଟର ମଙ୍ଗ ସମ୍ଭାଳିଥିବା କଂଗ୍ରେସ ଉପରେ ଲଗାତାର ପ୍ରଶ୍ନ ଉଠିବା ପରେ ଏବେ ବିରୋଧୀ ମଧ୍ୟ ମୁଖିଆ ବଦଳାଇବା ମୁଡରେ ।ନି କଟରେ ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ନାଁ ନିଜେ ପ୍ରସ୍ତାବ ଦେବା ପରେ ତାଙ୍କ ପ୍ରତି ବଢ଼ୁଛି ସମର୍ଥନ । ପୂର୍ବରୁ ମମତାଙ୍କ ପ୍ରତି ଶିବସେନା, ସପା ସମର୍ଥନ ଉପରେ ମୋହର ମାରିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ
ବିଜେପି ନେତୃତ୍ବାଧୀନ ଏନଡିଏକୁ ମାତ ଦେବାକୁ ୨୦୨୩ରେ ବିରୋଧୀ ଗଠନ କରିଥିଲେ ଦ ନ୍ୟାଶନାଲ ଡେଭଲପମେଣ୍ଟ ଇନକ୍ୟୁଲସିଭ ଆଲାଏନ୍ସ ବା ଇଣ୍ଡିଆ । ଯାହା ପରବର୍ତ୍ତୀ ସମୟରେ ଇଣ୍ଡିମେଣ୍ଟ ନାଁରେ ପରିଚିତ ହୋଇ ବିଜେପି ସରକାରଙ୍କ ବିରୋଧରେ ସଡ଼କ ଠୁ ନେଇ ସଂସଦରେ ଲଢ଼ୁଛି । କିନ୍ତୁ ଏବେ ମେଣ୍ଟର କନ୍ଦଳ ପଦାରେ ପଡି ହାଟରେ ଗଢ଼ୁଛି । କଂଗ୍ରେସ ନେତୃତ୍ବକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ଏବେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗ ସମ୍ଭାଳିବାକୁ ଆଗ୍ରହ ପ୍ରକାଶ କରିବା ପରେ ବିରୋଧୀ ଶିବିରରେ ହଇଚଲ ଦେଖାଦେଇଛି ।
ଏବେ ପ୍ରଶ୍ନ ଉଠୁଛି
-କ’ଣ ମମତାଙ୍କ ପ୍ରସ୍ତାବ ଆଗରେ ମୁଣ୍ଡ ନୁଆଁଇବ କଂଗ୍ରେସ?
-ଯଦି ଚାପରେ ପଡି କଂଗ୍ରେସ ହଁ କୁହେ ତେବେ କ’ଣ ରାହୁଲଙ୍କ ପରି ମମତା ମେଣ୍ଟକୁ ଆଗେଇପାରିବେ?
-ମେଣ୍ଟର ସବୁଠୁ ବଡ ଦଳ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି କ’ଣ ଭୂଲ କରିଥିଲେ କି ବିରୋଧୀ?
-ସମସ୍ତଙ୍କୁ ଏକାଠି ନେଇ ଆଗକୁ ବଢ଼ିବାକୁ ପ୍ରତିଶ୍ରୁତି କ’ଣ ଫେଲ ହେଲେ ରାହୁଲ?
-ନିଡର ଭାବମୂର୍ତି, ଏକାକୀ ଚ୍ୟାଲେଞ୍ଜ ସମ୍ଭାଳୁଥିବା ମମତା କ’ଣ ପୂରା ମେଣ୍ଟକୁ ନେଇ ଆଗକୁ ବଢ଼ିପାରିବେ
ମମତାଙ୍କ ପ୍ରସ୍ତାବ ଏକଥା ପ୍ରମାଣ କରିଛି ଯେ ବିରୋଧୀ ମେଣ୍ଟରେ ସବୁ କିଛି ଠିକ ନାହିଁ । ଇଣ୍ଡିଆ ଗଠନ ପରେ ନୀତିଶ ହଠାତ ଛାଡି ଚାଲିଯିବା ଆଉ ଏବେ କଂଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇ ନିଜ ହାତକୁ ମୁଖିଆ ଦାୟିତ୍ବ ନେବାକୁ ମମତାଙ୍କ ଇଚ୍ଛା ଏହା ସଦ୍ୟ ପ୍ରମାଣ । ନେତୃତ୍ବକୁ ନେଇ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିମେଣ୍ଟ ଛାଡିଥିଲେ । ଆଉ ଏବେ ମମତାଙ୍କ ନେତୃତ୍ବ ସମ୍ଭାଳିବା ପ୍ରଶ୍ନ କଂଗ୍ରେସର ବଡଭାଇପଣିଆକୁ ଚ୍ୟାଲେଞ୍ଜ କରିଛି ।