କନକ ବ୍ୟୁରୋ : ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଘଟଣାରେ ତାଙ୍କ ସରକାର ଗୁରୁତ୍ବର ସହ ନେଇଛନ୍ତି । ତଦନ୍ତକାରୀ ଟିମ୍ ତଦନ୍ତ ଚଳାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ସରକାର କୌଣସି ଢିଲାପଣ ରଖିବନି । ବରଂ ଦୋଷୀଙ୍କୁ କଠୋରରୁ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ଛାତ୍ରୀଙ୍କ ସୁରକ୍ଷା ପାଇଁ ସେମାନେ ଯଥେଷ୍ଟ ଧ୍ୟାନ ଦେବା ଉଚିତ ।
ତେବେ ଏସବୁ ଭିତରେ ମମତାଙ୍କ ଆଉ ଏକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି । କିଛି ଏହାକୁ ମମତାଙ୍କ ଦାୟିତ୍ବହୀନ ମନ୍ତବ୍ୟ ମଧ୍ୟ କହିଛନ୍ତି । କାରଣ ମମତା କହିଛନ୍ତି, ରାତି ୧୨ଟା ୩୦ ପରେ ମେଡିକାଲ ଛାତ୍ରୀ ଜଣକ କାହିଁକି ବାହାରକୁ ବାହାରିଥିଲେ । ସେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ । ଏହି ଘଟଣା ପାଇଁ ଦାୟୀ କିଏ ବୋଲି ମମତା ପ୍ରଶ୍ନ କରିଛନ୍ତି । ଘରୋଇ ମେଡିକାଲ କଲେଜ ଗୁଡ଼ିକ ନିଜ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ । ଆଉ ରାତିରେ ସେମାନଙ୍କୁ ବାହାରକୁ ବାହାରିବାକୁ ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/12/10-2025-10-12-16-25-01.jpg)