ଆର ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ତଳ କୋର୍ଟଙ୍କ ରାୟକୁ ମମତାଙ୍କ ଚ୍ୟାଲେଞ୍ଜ, ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ ନୁହେଁ ଫାଶୀ ଦେବାକୁ ଦାବି

Advertisment

ବହୁଚର୍ଚ୍ଚିତ କୋଲକାତା ଆର କର ମାମଲାରେ ତଳ କୋର୍ଟଙ୍କ ରାୟଙ୍କୁ ନାପସନ୍ଦ କରିଛନ୍ତି ପଶ୍ଚିମବଙ୍ଗର ମମତା ସରକାର । ଗତକାଲି ମାମଲାରେ ଶୁଣାଣି କରି ସିଆଲଦା କୋର୍ଟ ସଞ୍ଜୟ ରୟକୁ ଫାଶୀ ବଦଳରେ ଆଜୀବନ ଜେଲ ଦଣ୍ତରେ ଦଣ୍ଡିତ କରିଥିଲେ ।

ବହୁଚର୍ଚ୍ଚିତ କୋଲକାତା ଆର କର ମାମଲାରେ ତଳ କୋର୍ଟଙ୍କ ରାୟଙ୍କୁ ନାପସନ୍ଦ କରିଛନ୍ତି ପଶ୍ଚିମବଙ୍ଗର ମମତା ସରକାର । ଗତକାଲି ମାମଲାରେ ଶୁଣାଣି କରି ସିଆଲଦା କୋର୍ଟ ସଞ୍ଜୟ ରୟକୁ ଫାଶୀ ବଦଳରେ ଆଜୀବନ ଜେଲ ଦଣ୍ତରେ ଦଣ୍ଡିତ କରିଥିଲେ ।

didi mamata

didi mamata Photograph: (KanakNews )

କନକ ବ୍ୟୁରୋ : ବହୁଚର୍ଚ୍ଚିତ କୋଲକାତା ଆର କର ମାମଲାରେ ତଳ କୋର୍ଟଙ୍କ ରାୟଙ୍କୁ ନାପସନ୍ଦ କରିଛନ୍ତି ପଶ୍ଚିମବଙ୍ଗର ମମତା ସରକାର । ଗତକାଲି ମାମଲାରେ ଶୁଣାଣି କରି ସିଆଲଦା କୋର୍ଟ ସଞ୍ଜୟ ରୟକୁ ଫାଶୀ ବଦଳରେ ଆଜୀବନ ଜେଲ ଦଣ୍ତରେ ଦଣ୍ଡିତ କରିଥିଲେ । ପୂର୍ବରୁ ଜାନୁଆରୀ ୧୮ରେ ସିଆଲଦା କୋର୍ଟ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଗତକାଲି ଶୁଣାଣି କରି କୋର୍ଟ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୧୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ । ଏବେ ଏହି ଶୁଣାଣିକୁ କୋଲକାତା ହାଇକୋର୍ଟରେ ଚ୍ୟାଲେଂଜ କରିଛନ୍ତି ମମତା ସରକାର । 

ଦିଦିଙ୍କ ଫାଶୀ ଦାବି
କୋର୍ଟଙ୍କ ଫଇସଲାରେ ଖୁସି ନାହାନ୍ତି ମମତା
ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟ ଗଲେ ମମତା ସରକାର
ସଞ୍ଜୟକୁ ଫାଶୀ ପାଇଁ ହାଇକୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି PIL

ଏଭଳି ପ୍ରଶ୍ନ ଉଠାଇଛି ଟିଏମସି ସରକାର । ପଶ୍ଚିମବଙ୍ଗ ସିଆଲଦା କୋର୍ଟ, ଗତକାଲିର ଶୁଣାଣି ବେଳେ କହିଥିଲେ, ସଞ୍ଜୟ ବିରୋଧରେ ସବୁ ଅପରାଧ ପ୍ରମାଣିତ ହୋଇଛି । ପ୍ରମାଣ ତଥ୍ୟ ସାଖ୍ୟ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛି ସଂଜୟ । ଏହି ଘଟଣା କୌଣସି ସାଧାରଣ ଅପରାଧ ନୁହେଁ । 

କାହିଁକି ମିଳିଲା ଆଜୀବନ ଜେଲ୍‌? 
ଏହା ‘ବିରଳରୁ ବିରଳତମ’ ଘଟଣା ନୁହେଁ
ଏହା ଜଘନ୍ୟ ଅପରାଧ ଶ୍ରେଣୀରେ ଯାଇନାହିଁ
ମୃତ୍ୟୁ ଦଣ୍ଡାଦେଶର ଆବଶ୍ୟକତା ନାହିଁ
ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

୨୦୨୪ ମସିହା ଅଗଷ୍ଟ ୮ତାରିଖ କାଳରାତ୍ରୀର ଏହି ଲୋମହର୍ଷଣକାରୀ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଅଭୟାକୁ ନ୍ୟାୟ ଦାବିରେ ଦେଶବ୍ୟାପୀ ଶୁଭିଥିଲା ପ୍ରତିବାଦର ସ୍ବର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe