ମମତା ବାନାର୍ଜୀଙ୍କ ‘ଓଡିଶା ଜଳିବ’ ବୟାନକୁ ମୁଖ୍ୟମନ୍ତ୍ରୀଙ୍କ ତୀବ୍ର ବିରୋଧ । ଟ୍ୱିଟ୍ କରି ଜଣାଇଲେ ଆପତ୍ତି

ମମତା ବାନାର୍ଜୀଙ୍କ ‘ଓଡିଶା ଜଳିବ’ ବୟାନକୁ ମୁଖ୍ୟମନ୍ତ୍ରୀଙ୍କ ତୀବ୍ର ବିରୋଧ । ଟ୍ୱିଟ୍ କରି ଜଣାଇଲେ ଆପତ୍ତି । କହିଲେ ଆପତ୍ତିଜନକ ଟିପ୍ପଣୀ ଦେବାକୁ ନାହିଁ ଅଧିକାର । ସମ୍ବେଦନହୀନ ମନୋଭାବକୁ ଗ୍ରହଣ କରିବେନି ଓଡିଶାବାସୀ ।

mamta

କନକ ବ୍ୟୁରୋ: ମମତା ବାନାର୍ଜୀଙ୍କ ବୟାନକୁ ନେଇ ଏବେ ବିବାଦ ତେଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ‘ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ ଆପଣଙ୍କୁ ଏ ଅଧିକାର ଦେଲା କିଏ ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକାରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ’। 
‘ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ,  ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ। ଆପଣଙ୍କୁ ଅନୁରୋଧ, ଏଥିରୁ କ୍ଷାନ୍ତ ରୁହନ୍ତୁ। ଶାନ୍ତ ରହନ୍ତୁ’ ବୋଲି ମୋହନ ମାଝୀ କହିଛନ୍ତି। 

ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି , ‘ଦିଦି ଆପଣ ଆସାମକୁ ଧମକ ଦେବାର ସାହସ କେମିତି କଲେ? ରକ୍ତାକ୍ତ ଆଖି ଦେଖାନ୍ତୁ ନାହିଁ । ନିଜର ବିଫଳତାର ରାଜନୀତିରେ ଭାରତକୁ ନିଆଁ ଲଗାଇବାକୁ ଚେଷ୍ଟା କରନ୍ତୁ ନାହିଁ । ବିଭାଜନକାରୀ ଭାଷା କହିବା ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe