କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଧାରଣା ।  ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଏସ୍ଆଇଆର୍ ବା ସ୍ବତନ୍ତ୍ର  ଭୋଟର ତାଲିକା ସଂଶୋଧନରେ ବହୁ ଭୋଟର ବାଦ୍ ପଡ଼ିଥିବା ପ୍ରତିବାଦରେ ଆନ୍ଦୋଳନ ଆରମ୍ଭ ହୋଇଛି ।  ମମତା ବାନାର୍ଜୀ କେନ୍ଦ୍ରୀୟ କୋଲକାତାର ଏସ୍ପ୍ଲାନେଡ୍ ମେଟ୍ରୋ ଚ୍ୟାନେଲରେ ଧାରଣା ଦେଇଛନ୍ତି । ନିର୍ବାଚନ କମିସନଙ୍କ ପୂର୍ଣ୍ଣାଙ୍ଗ ବେଞ୍ଚଙ୍କ ପ୍ରସ୍ତାବିତ ରାଜ୍ୟ ଗସ୍ତର ଦୁଇ ଦିନ ପୂର୍ବରୁ ଏହି ପ୍ରତିବାଦ କରାଯାଇଛି ।

Advertisment

ଅଧିକ ପଢନ୍ତୁ : ମମତା ବାନାର୍ଜୀଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରତିକ୍ରିୟା: କହିଲେ, ଏସ୍ଆଇଆର୍‌ରେ ବାଧା ସୃଷ୍ଟି କରିବାକୁ ଦିଆଯିବନି

 ନିର୍ବାଚନ କମିସନ ରାଜନୈତିକ ଭାବେ  ପ୍ରେରିତ ହୋଇ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ଟିଏମସି । ଗତବର୍ଷ ନଭେମ୍ବର ମାସରେ ପଶ୍ଚିମବଙ୍ଗରେ ଏସ୍ଆଇଆର୍ ଆରମ୍ଭ ହୋଇଥିଲା । ଏସ୍ଆଇଆରରେ  ୬୩.୬୬ ଲକ୍ଷ ବା ପ୍ରାୟ ୮.୩ ପ୍ରତିଶତ ଭୋଟର ବାଦ୍ ପଡ଼ିଛନ୍ତି। ।  ଭୋଟରଙ୍କ ସଂଖ୍ୟା ପ୍ରାୟ ୭.୬୬ କୋଟିରୁ ହ୍ରାସ ପାଇ ୭.୦୪ କୋଟି ରହିଛି ।  ୬୦.୦୬ ଲକ୍ଷରୁ ଅଧିକ ଭୋଟର ବିଚାରାଧୀନ ବର୍ଗରେ ଅଛନ୍ତି ।  ଟିଏମସି ନେତା ଅଭିଯୋଗ କରିଛନ୍ତି ଯେ ସଂଖ୍ୟାଲଘୁ ଭୋଟର, ପ୍ରବାସୀ ଶ୍ରମିକ ଏବଂ ଆର୍ଥିକ ଦୃଷ୍ଟିରୁ ଉପେକ୍ଷିତ ବର୍ଗଙ୍କୁ  ବାଦ୍  ଦିଆଯାଇଛି । ଆଗକୁ ଆହୁରି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଟିଏମସି ।