କନକ ବ୍ୟୁରୋ: ଦେଶରେ ଥିବା ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କ ପାଖରେ ଏବେ ମାତ୍ର  ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ, ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ସବୁଠୁ ଗରିବ । ସଦ୍ୟ ପ୍ରକାଶିତ ଏଡିଆର ରିପୋର୍ଟରୁ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି ।

Advertisment

ଏଡିଆରର ରିପୋର୍ଟରୁ ଜଣାପଡ଼ିଛି ଯେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ସବୁଠୁ ଧନୀ । ତାଙ୍କ ପାଖରେ ମୋଟ ୯୩୧  କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପଛକୁ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରହିଛନ୍ତି । ଅରୁଣାଚଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ  ୩୩୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ତେବେ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୋଟ ୧୬୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଏଡିଆର ରିପୋର୍ଟରୁ ଜଣାପଡ଼ିଛି ଯେ, ମମତା ବାନାର୍ଜୀଙ୍କ ପାଖରେ ମାତ୍ର  ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି । ଏହାବାଦ୍ ଜାମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର୍ ଅବଦୁଲ୍ଲାଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି । ସେହିପରି କେରଳର ମୁଖ୍ୟମନ୍ତ୍ରୀ ଥିବା ପିନାରାଇ ବିଜୟନଙ୍କ ପାଖରେ ୧ କୋଟିରୁ ସାମାନ୍ୟ ଅଧିକ ଟଙ୍କାର ସମ୍ପତ୍ତି ରହିଛି ।