କନକ ବ୍ୟୁରୋ:  ମାନିବା ମୁଡ଼ରେ ନାହାଁନ୍ତି ଆନ୍ଦୋଳନରତ ଡାକ୍ତର । ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁଇଥର ବୈଠକ ଫେଲ ହେବା ପରେ ଏବେ ପୁଣି ଥରେ ଆନ୍ଦୋଳନରତ ଡାକ୍ତରଙ୍କ ସହ ଆଲୋଚନା ପାଇଁ ଚେଷ୍ଟା କରିଛନ୍ତି ମମତା । ଆଜି ସଂଧ୍ୟା ୫ଟାରେ ବୈଠକ କରିବାକୁ ନିମନ୍ତ୍ରଣ ଦେଇଥିବା ସୂଚନା ମିଳିଛି  ସେପଟେ ଜିଦରେ ଅଟଳ ଆନ୍ଦୋଳନରତ ଡାକ୍ତର । ସେପଟେ ମୁଣ୍ଡ ନୁଆଁଇବା ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା ମାନିବାକୁ ନାରାଜ ଡାକ୍ତର ।ସୂଚନା ଅନୁସାର ବୈଠକରେ ଚା ପିଇବାକୁ ମମତା ଅଫର କରିଥିଲେ ବି ଏହାକୁ ଗ୍ରହଣ କରିନଥିଲେ ଡାକ୍ତର । ବୈଠକର ଲାଇଭ-ଷ୍ଟ୍ରିମିଂ ପାଇଁ ଅଡିବସିଛନ୍ତି ଡାକ୍ତର । ଏହା ପୂର୍ବରୁ ବୈଠକ ପାଇଁ ମମତା ଆସିଥିଲେ ବି ପହଞ୍ଚିନଥିଲେ ଡାକ୍ତର  ।