କଟକ ଦୁର୍ଗା ଭସାଣିବେଳେ ଗୋଷ୍ଠୀ ସଂଘର୍ଷ ; ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ମମତା

କଟକରେ ଭାରତୀୟ ଜନତା ପାର୍ଟି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମତା କହିଛନ୍ତି, କଟକ ଆଜି ଜଳୁଛି । ଏଥିପାଇଁ ବଜରଙ୍ଗ ଦଳ ଓ ବିଜେପିକୁ ସିଧାସଳଖ ଦାୟୀ ।

8

କନକ ବ୍ୟୁରୋ : କଟକରେ ଦୁର୍ଗା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ଭାରତୀୟ ଜନତା ପାର୍ଟି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମତା କହିଛନ୍ତି, କଟକ ଆଜି ଜଳୁଛି । ଏଥିପାଇଁ ବଜରଙ୍ଗ ଦଳ ଓ ବିଜେପିକୁ ସିଧାସଳଖ ଦାୟୀ । ବିଜେପି ସରକାରକୁ ଅହଙ୍କାରୀ ସରକାର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । 

ଅନ୍ୟପଟେ ଏହି ଗଣ୍ଡଗୋଳକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଏହାକୁ ନେଇ ଆଜି ହାତୀପୋଖରୀ ଅଞ୍ଚଳରେ ରେଡ୍ କରୁଛି ପୁଲିସ । କମିସନରେଟ୍‌ ପୁଲିର ୨ ଏସିପି ଓ ୩ ଆଇଆଇସିଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । କେଉଁ ପରିସ୍ଥିତିରେ ଏତେ ଉଗ୍ର ହେଲା ଦଶହରା ଭସାଣ ଗଣ୍ଡଗୋଳ ଏହାକୁ ନେଇ ଅଧିକ ଛାନଭିନ୍ କରୁଛି ପୁଲିସ୍ । ଗଣ୍ଡଗୋଳ ବିବାଦ ଉଗ୍ର ହୋଇଥିବାରୁ କଟକ ସହରର ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟା କର୍ଫ୍ୟୁ ଓ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe