କନକ ବ୍ୟୁରୋ : ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ରାଗିଲେ ମମତା । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ । ଜିନ୍ନତକୁ ଓଡିଶା ଫେରେଇବା ପରେ ଜୋର ଧରିଲା ରାଜନୀତି। ଆଉ ଏକ ବାଘ ବେଙ୍ଗଲ ଚାଲିଯାଇଥିବାର ଆଣିଲେ ଅଭିଯୋଗ । ଯଦି ଓଡିଶା ଜଙ୍ଗଲରେ ଜାଗା ନାହିଁ,ତାହେଲେ ଆମ ବ୍ୟାଘ୍ର ଅଭୟାରଣ୍ୟ ରେ ବାଘକୁ ରଖିଦେବାକୁ କହି ମମତା କରିଛନ୍ତି କଟାକ୍ଷ। ତମ ଜଙ୍ଗଲରେ ଜାଗା ନାହିଁ ଯଦି ବାଘକୁ ଆମକୁ ଦେଇଦିଅ । ରାଗିକି ଖୋଲା ମଞ୍ଚରେ ଏପରି ମମତା ଆହ୍ୱାନ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି  ଓଡିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକିଯାଉ ।  ଓଡ଼ିଶା ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେ, ତାଙ୍କ ବାଘ ତାଙ୍କ ଜଙ୍ଗଲରୁ  ଅନ୍ୟ ରାଜ୍ୟକୁ ନଯାଉ । ପୂର୍ବରୁ  ମଧ୍ୟ ବାଘୁଣୀ ଜିନ୍ନତ ବେଙ୍ଗଲ ଯାଇ ପାଞ୍ଚୋଟି ଜିଲ୍ଲାରେ ଆତଙ୍କ ଖେଳେଇଥିଲା । ଯାହା ପାଇଁ ସ୍କୁଲ ଠାରୁ ଘର ସବୁ ବନ୍ଦ ହେଇଯାଇଥିଲା । ଏବଂ  ଆମ ବନ ବିଭାଗ ଦିନ ରାତି ଏକ କରି ବାଘୁଣୀକୁ ଉଦ୍ଧାର କଲା ସେମିତି ଫୋନ ଆସିବା ଆରମ୍ଭ ହେଲା ଜଲଦି ଫେରାଅ । ଆମେ ମଧ୍ୟ ବାଘୁଣୀକୁ ଫେରାଇଦେଲୁ ।  ଏପରି କଣ ପାଇଁ କରୁଛ ..? ଯଦି ବାଘ ପଠାଇବାର ଅଛି ତେବେ  ସବୁଦିନ ପାଇଁ  ପଠାଇଦିଅ । ଆମ ପାଖରେ ଜଙ୍ଗଲ ଅଛି, ଆମ  ପାଖରେ  ଟାଇଗର ରେସ୍କ୍ୟୁ ସେଣ୍ଟର  ଅଛି ତେଣୁ ଆମକୁ କିଛି ସମସ୍ୟା ହେବ ନାହିଁ ବାଘ ରଖିବାରେ ।  ଓଡିଶା ସରକାରଙ୍କୁ ଅନୁରୋଧ କରୁଛି ନିଜ ଟିମ୍ ପଠାଇ ବାଘ ନେଇଯାଅ ।  ଏପରି ରାଗ ଗର ଗର ହୋଇ କହିଛନ୍ତି  ଦିଦି ।
 
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/07/KIXkLWcfcl8YCDYslQIW.jpg)