ଡାକ୍ତରଙ୍କ ପାଖରେ ହାର ମାନିଲେ ଦିଦି ; ବିଦା ହେଲେ ପୋଲିସ କମିଶନର

 ଡାକ୍ତରଙ୍କ ପାଖରେ ହାର ମାନିଲେ ଦିଦି ; ବିଦା ହେଲେ ପୋଲିସ କମିଶନର ।  ଦୁଇ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କର ହେଲା ବଦଳି । ଡାକ୍ତରଙ୍କ ସମସ୍ୟାର ସମାଧାନ ଲାଗି ମୁଖ୍ୟ ସଚବଙ୍କ ଅକ୍ଷ୍ୟକ୍ଷତାରେ କମିଟି ଗଠିତ ।

ଅଦ୍ୟତନ ହୋଇଛି
DIDI

କନକ ବ୍ୟୁରୋ: ଶେଷରେ ଡାକ୍ତରଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଡାକ୍ତରଙ୍କ ଦାବି ରଖିଲେ ମମତା ବାନାର୍ଜୀ । ରାତି ଅଧରେ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଦୀର୍ଘ ଦନି ଧରି ଆନ୍ଦୋଳନ ଚଳାଇଥିବା କନିଷ୍ଠ ଡାକ୍ତରଙ୍କ ୫ଟି ଦାବି ମଧ୍ୟରୁ ୩ଟି ଦାବି ମାନି ନେଇଛନ୍ତି । 

ରାତି ଅଧରେ ପୁଲିସ କମିଶନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି । ସେହିପରି ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ତେବେ ମମତାଙ୍କ ଏହି ପଦକ୍ଷେପ ପରେ ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe