କନକ ବ୍ୟରୋ : ସଂସଦ ବାହାରେ ଠେଲାପେଲା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପାଲଟା ଅଭିଯୋଗ । ଅଭିଯୋଗ ଦର୍ଶାଇ ଲୋକସଭା ବାଚସ୍ପତିଙ୍କୁ ଲେଖିଲେ ଚିଠି । ବିଜେପି ନେତାଙ୍କ ଠେଲାପେଲାରେ ସେ ମଧ୍ୟ ତଳେ ପଡିଯାଇଥିଲେ । ଏ ଘଟଣାର ତଦନ୍ତ କରିବାକୁ ଲୋକସଭା ସ୍ପିକରଙ୍କୁ ଅପିଲ କରିଛନ୍ତି ଖଡଗେ।
ସେପଟେ ଠେଲାଠେଲିରେ ଆହତ ହୋଇଥିବା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି  । ଦୁଇ ଜଣଙ୍କୁ ଫୋନ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେମାନଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । 

Advertisment