କନକ ବ୍ୟୁରୋ: ଶିକ୍ଷକ ସାଜିଲେ ବିଡ଼ିଓ, ଛାତ୍ରଛାତ୍ରୀଙ୍କୁ ପଢାଇଲେ ପାଠ। ଭଲମନ୍ଦ ପଚାରିବୁଝିବା ସହ କଲେଜରେ କେମିତି ଚାଲିଛି ପାଠପଢା କଲେ ଅନୁଧ୍ୟାନ। ମାଲକାନଗିରି ମାଥିଲିରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ବିଡିଓ ହିମାଂଚଳ ମାଝି ବଳଦିଆଗୁଡା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ମହାବିଦ୍ୟାଳୟକୁ ଗସ୍ତ କରିଥିଲେ। ଏହି ସମୟରେ ବିଡ଼ିଓ ଛାତ୍ରଛାତ୍ରୀ ମାନଙ୍କୁ ଭଲମନ୍ଦ ପଚାରି ବୁଝିବା ସହ ପାଠ ପଢାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସେହିପରି ମଧୁରତା ଓ ସ୍ଥିରତାର ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ଅଧ୍ୟାପକ ମାନଙ୍କୁ ମଧ୍ୟ ବିଡ଼ିଓ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଏହି ଅଞ୍ଚଳର ବିକାଶ କରାଯିବା ସହ ଶିକ୍ଷାର ମାନ ଉପରେ ମଧ୍ୟ ଫୋକସ କରାଯିବ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us