କନକ ବ୍ୟୁରୋ: ଶିକ୍ଷକ ସାଜିଲେ ବିଡ଼ିଓ, ଛାତ୍ରଛାତ୍ରୀଙ୍କୁ ପଢାଇଲେ ପାଠ। ଭଲମନ୍ଦ ପଚାରିବୁଝିବା ସହ କଲେଜରେ କେମିତି ଚାଲିଛି ପାଠପଢା କଲେ ଅନୁଧ୍ୟାନ। ମାଲକାନଗିରି ମାଥିଲିରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ବିଡିଓ ହିମାଂଚଳ ମାଝି ବଳଦିଆଗୁଡା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ମହାବିଦ୍ୟାଳୟକୁ ଗସ୍ତ କରିଥିଲେ। ଏହି ସମୟରେ ବିଡ଼ିଓ ଛାତ୍ରଛାତ୍ରୀ ମାନଙ୍କୁ ଭଲମନ୍ଦ ପଚାରି ବୁଝିବା ସହ ପାଠ ପଢାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସେହିପରି ମଧୁରତା ଓ ସ୍ଥିରତାର ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ଅଧ୍ୟାପକ ମାନଙ୍କୁ ମଧ୍ୟ ବିଡ଼ିଓ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଏହି ଅଞ୍ଚଳର ବିକାଶ କରାଯିବା ସହ ଶିକ୍ଷାର ମାନ ଉପରେ ମଧ୍ୟ ଫୋକସ କରାଯିବ ବୋଲି ସେ କହିଛନ୍ତି।
ଶିକ୍ଷକ ସାଜିଲେ ବିଡିଓ ; କଲେଜ ପିଲାଙ୍କୁ ପଢାଇଲେ ପାଠ
ଶିକ୍ଷକ ସାଜିଲେ ବିଡ଼ିଓ । କଲେଜ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ମାଲକାନଗିରି ମାଥିଲି ବିଡିଓ । ବଳଦିଆଗୁଡା ଅନୁସୂଚିତ ଜାତି ଓ ଜନଜାତି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବୁଝିଲେ ଭଲମନ୍ଦ ।