ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି : ଆଜି ଜିଲ୍ଲାରେ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା

ପ୍ରବଳ ବର୍ଷାର ପୂର୍ବାନୁମାନ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିବା ପରେ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆଜି ପାଇଁ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । 

RAIN 333

RAIN 333 Photograph: (KanakNews)

କନକ ବ୍ୟୁରୋ : ମାଲକାନଗିରିରେ ସାମାନ୍ୟ ବର୍ଷା ଛାଡ଼ିଛି, ହେଲେ ବଢ଼ିଛି ଦୁର୍ଦ୍ଦଶା । ପୋଟେରୁ ପୋଲ ଉପରେ ଏବେବି ୪ ଫୁଟ ପାଣି ଚାଲିଛି । ସେହିପରି କାଙ୍ଗୋରୁକୋଣ୍ଡା ପୋଲ ଉପରେ ପାଣି ପ୍ରବାହିତ ହେଉଛି । ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି । ସେପଟେ ବର୍ଷା ଯୋଗୁ ଆଜି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି । ସରକାରୀ ଓ ଘରୋଇ ସ୍କୁଲ ଛୁଟି । ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି । ପ୍ରବଳ ବର୍ଷାର ପୂର୍ବାନୁମାନ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିବା ପରେ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆଜି ପାଇଁ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । 

ସେପଟେ ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ମାଟି ଅତଡ଼ା ଖସି ୪ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ମୋହନା ବ୍ଲକର ଲୁହାଗୁଡ଼ି ପଞ୍ଚାୟତ ବାଲିବାଡ଼ ଗାଁ ମୁଖ୍ୟରାସ୍ତାରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ମୋହନା ବ୍ଲକର ରାଶିବାଡ଼ି, ରାମଚନ୍ଦ୍ରପୁର, ଶ୍ୟାମଚନ୍ଦ୍ରପୁର ଓ ପେଣ୍ଡରା ଗାଁକୁ ଯାତାୟତ ଠପ୍ ହୋଇଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe