ମାଲକାନଗିରି ଏମ୍‌ଭି-୨୬ ହିଂସା ଘଟଣା ; ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

Advertisment

କେଭି ସିଂହଦେଓଙ୍କ ସହିତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି । ଗତକାଲି ମାଲକାନଗିରି ଗସ୍ତରେ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦୁଇ ଗୋଷ୍ଠୀ ସହ ଆଲୋଚନା କରିଥିଲେ ।

କେଭି ସିଂହଦେଓଙ୍କ ସହିତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି । ଗତକାଲି ମାଲକାନଗିରି ଗସ୍ତରେ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦୁଇ ଗୋଷ୍ଠୀ ସହ ଆଲୋଚନା କରିଥିଲେ ।

CM and Kv Singh Deo

CM and Kv Singh Deo Photograph: (kanak news)

କନକ ବ୍ୟୁରୋ : ମାଲକାନଗିରି ଏମଭି-୨୬ ହିଂସା ଘଟଣା , ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ । କେଭି ସିଂହଦେଓଙ୍କ ସହିତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି । ଗତକାଲି ମାଲକାନଗିରି ଗସ୍ତରେ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦୁଇ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ଏବେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ ମହାପାତ୍ର । ପ୍ରଭାବିତ ଗାଁକୁ ଯାଇ ସ୍ଥିତି ଦେଖିବା ସହିତ ପିଡ଼ୀତ ପରିବାରକୁ ମଧ୍ୟ ସେ ଭେଟିଛନ୍ତି । ଏବେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । କ୍ଷୟକ୍ଷତିର ଆକଳନ ପରେ ସରକାରୀ ସୁବିଧା ମିଳିବ । ଏନେଇ ଆରଡିସି ସୂଚନା ଦେଇଛନ୍ତି । ସେପଟେ ଉତ୍ତେଜନା ଆଶଙ୍କାରେ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ କଟକଣା ଜାରି ରହିବ । 

ଘଟଣାର ୪ଦିନ ପରେ ସ୍ବାଭାବିକ ହେଉଛି ଗାଁର ସ୍ଥିତି । ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ଏବେ ବି କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଘନ ଘନ ଫ୍ଲାଗମାର୍ଚ ଜାରି ରହିଛି । ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଆଦି ଜରୁରୀକାଳିନ ସୁବିଧା ଯୋଗାଇ ଦିଆ ଯାଉଛି । ପୂରା ଗାଁ ଏବେ ସିସିଟିଭି ନଜରରେ ରହିଛି । ପ୍ରଶାସନ ନଷ୍ଟ ହୋଇଥିବା ଘର, ଆସବାବପତ୍ର ଏବଂ କ୍ଷତିଗ୍ରସ୍ତ ଗଛଗୁଡ଼ିକର ସମୀକ୍ଷା କରିଛି ଏବଂ ପ୍ରଭାବିତ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦେଉଛି । 

ଅଧିକ ପଢ଼ନ୍ତୁ--ମାଲକାନଗିରି ଏମଭି ୨୬ ହିଂସା ଘଟଣା: ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ

ଏହା ବ୍ୟତୀତ, ଏକ ମାଗଣା ରୋଷେଇ ଘରର ବ୍ୟବସ୍ଥା କରାଯାଇଛି, ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଗ୍ରାମବାସୀଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ କମ୍ବଳ ମଧ୍ୟ ବଣ୍ଟନ କରାଯାଇଛି । ସେପଟେ ଉତ୍ତେଜନା ମୂଳକ ପରିସ୍ଥିତି ଲାଗିରହିଥିବା ବେଳେ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ସ୍ଥଗିତ ରଖାଯାଇଛି । ଡିସେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ୨୦୨୬ ଜାନୁଆରୀକୁ ଘୁଞ୍ଚାଇ ଦିଆଯାଇଛି । ସ୍ଥିତିରେ ସୁଧାର ଆସିବା ପରେ ମହୋତ୍ସବ ତାରିଖ ଧାର୍ଯ୍ୟ କରିବାକୁ ପ୍ରଶାସନ ଘୋଷଣା କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe