କନକ ବ୍ୟୁରୋ : ଗୁଣିଗାରେଡି ସନ୍ଦେହରେ ହତ୍ୟା। ଗାଁର ଟ୍ରାନ୍ସଫର୍ମରରେ ତାର କାଟି ଅନ୍ଧାର ରାତିରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁରୁମପାଲି ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ତ । ଗାଁର ନିରଞ୍ଜନ ଠାକୁର ଘର ବାହାରେ ଶୋଇଥିବାବେଳେ ତାଙ୍କୁ କେହି ଦୁର୍ବୃତ ହତ୍ୟା କରିଛନ୍ତି । ତେବେ ହତ୍ୟାକାଣ୍ତ ପଛରେ ଗୁଣିଗାରେଡି ସନ୍ଦେହ କରାଯାଉଛି । ଅନ୍ଧାର ରାତିର ସୁଯୋଗ ନେଇ ଘର ବାହାରେ ଶୋଇଥିବା ନିରଞ୍ଜନଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନିରଞ୍ଜନଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତା’ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
ମାଲକାନଗିରି ମାଥିଲି ଥାନା କୁରୁମପାଲିରେ ଅଘଟଣ, ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା
ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁରୁମପାଲି ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ତ । ଗାଁର ନିରଞ୍ଜନ ଠାକୁର ଘର ବାହାରେ ଶୋଇଥିବାବେଳେ ତାଙ୍କୁ କେହି ଦୁର୍ବୃତ ହତ୍ୟା କରିଛନ୍ତି ।
/kanak/media/media_files/2025/09/12/12-2025-09-12-15-46-23.jpg)