କନକ ବ୍ୟୁରୋ : ସହର ମଧ୍ୟରୁ ସ୍ଥାନାନ୍ତର କର କାରାଗାର। ଏପରି ଦାବି ଉଠିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ଜେଲ କତ୍ତୃପକ୍ଷ ଜେଲ ପାଖ ଆଖରେ ଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ଲାଗି ପୌର ପରିଷଦକୁ ପତ୍ର ଲେଖିବା ପରେ ଜନବସତି ପୂର୍ଣ୍ଣ ଅଞ୍ଚଳରୁ ଜେଲକୁ ସ୍ଥାନାନ୍ତର କରିବା ଦାବି କରିଛନ୍ତି ମାଲକାନଗିରି ସହର ବାସିନ୍ଦା । ମାଲକାନଗିରି ସହରର ୩ ନଂ ୱାର୍ଡରେ ରହିଛି ଜିଲ୍ଲା କାରାଗାର । ରାଜ୍ୟର ବିଭିନ୍ନ ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣା ପରେ ସାରା ରାଜ୍ୟରେ ଜେଲ ସୁରକ୍ଷା ଚିନ୍ତା ବଢିଛି । ଏହି କ୍ରମରେ ମାଲକାନନଗିରି ଜିଲ୍ଲା କାରାଗାର ପକ୍ଷରୁ ମଧ୍ୟ ଜେଲ ଚାରି ପଟେ ଥିବା ଘର ଦ୍ୱାରକୁ ଉଚ୍ଛେଦ କରିବା ଲାଗି ପୌର ପରିଷଧକୁ ଚିଠି ଲେଖିଛନ୍ତି ଜେଲ ଅଧିକ୍ଷକ । ଏହି ପତ୍ର ପରେ ମାଲକାନଗିରି ପୌର ପରିଷଧ ଅନ୍ତର୍ଗତ କୁମ୍ଭାର ସାହି ଓ ଜେଲ ଲାଇନ୍ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ମାଲକାନଗିରି ପୌରାଧ୍ୟକ୍ଷ, କଂଗ୍ରେସ ନେତୃବୃନ୍ଦଙ୍କ ଓ ୩ ନଂ ୱାର୍ଡ ବାସିନ୍ଦାଙ୍କ ସମେତ ସହରର ଶତାଧିକ ଲୋକେ ତଥା ଦଳମତ ନିର୍ବିଶେଷରେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି ଦାବି କରିଛନ୍ତି ମାଲକାନଗିରି ସହର ବାସିନ୍ଦା ।
ଅଧିକ ପଢ଼ନ୍ତୁ : ସରକାରୀ ଆବାସକୁ ମାଲକାନଗିରି ବଣ୍ଡାଙ୍କ ନା, କୋଠା ଘର କରିବାକୁ ଉଚିତ୍ ମଣୁନାହାନ୍ତି ଜନଜାତି ହିତାଧିକାରୀ
ଜେଲ ସ୍ଥାନାନ୍ତର ଦାବି
- ୧୯୬୦ ମସିହାରେ ମାଲକାନଗିରି ଉପ-କାରାଗାର ସ୍ଥାପିତ ହୋଇଥିଲା
- କୋରାପୁଟ ଜିଲ୍ଲା ଅଧିନରେ ଏକ ଗ୍ରାମ ପଂଚାୟତ ଥିଲା ମାଲକାନଗିରି
- ୧୯୭୪ ମସିହାରେ ମାଲକାନଗିରି ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ପାଇଥିଲା
- ୧୯୯୨ ରେ ମାଲକାନଗିରିକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳି ଥିଲା
- ଏହି କ୍ରମରେ ଜେଲ ଚାରିପଟେ ଜନବସତି ମଧ୍ୟ ବଢି ଚାଲିଛି
- ୨୦୨୩ ସେପ୍ଟେମ୍ବର ମାସରେ ଉପ-କାରାଗାରରୁ ଜିଲ୍ଲା କାରାଗାର ମାନ୍ୟତା ପାଇ ଥିଲା
- ୪୨୪ କ୍ଷମତା ବିଶିଷ୍ଟ ଉପ-କାରାଗାରର କ୍ଷମତା ବୃଦ୍ଧି ହୋଇ ୬୨୪ ହୋଇଛି ଜିଲ୍ଲା କାରାଗାରର କ୍ଷମତା
- ଜେଲ ଚାରିପଟେ କୁମ୍ଭାର ସାହି ଓ ଜେଲ ଲାଇନ୍ ସାହିର ଜନବସତି ମଧ୍ୟ ବୃଦ୍ଧି ପାଇଛି
- ଜେଲ ଅଧିକ୍ଷକଙ୍କ ପତ୍ର ସଙ୍ଖ୍ୟା ୪୭୧୨ କୁ ତିବ୍ର ବିରୋଧ
- ୨୦୨୩ ମସିହାରେ ଜାଗା ମିଶନ ରେ ଏଲଆରସି ବା ଲ୍ୟାଣ୍ଡ ରେକର୍ଡ ପଟ୍ଟା ପାଇଛନ୍ତି
- କେବଳ ୱାର୍ଡ ନମ୍ବର ୩ ରେ ୨୬୬ ବସ୍ତି ବାସିନ୍ଦା ଏଲଆରସି ପଟ୍ଟା ପାଇଛନ୍ତି
- ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ୧୨ ବସ୍ତି ବାସିନ୍ଦା କାର୍ଯ୍ୟାଦେଶ ପାଇ ଗୃହ ନିର୍ମାଣ ଜାରି ରଖିଛନ୍ତି
- ଜି. ଜୟାଙ୍କ ଆବାସ ନିର୍ମାଣ କାମ ବନ୍ଦକୁ ବିରୋଧ
- ଜେଲ ବାହାରି କାନ୍ଥ ସହ ଲାଗି ରହିଥିବାରୁ ବିବାଦ
- ପୁର୍ବରୁ ଜେଲ କତ୍ତୃପକ୍ଷ ଜେଲ କାନ୍ଥ ବାଦେ ଆଉ ଏକ ସୁରକ୍ଷା ପାଚେରି ନିର୍ମାଣ କରି ସାରିଛି
- ଜେଳର ବହୁ ଦୁର୍ଦ୍ଦାନ୍ତ ଅପରାଧି ଥିବାରୁ ଜେଲ ସ୍ଥାନାନ୍ତର ଦାବି
- ମାଲକାନଗିରି ତହସିଲ ଅଧିନରେ ଥିବା ୭ଟି ପ୍ଲଟରେ ୧.୫ ହେକ୍ଟର ଜମି ଜେଲ ନାଁରେ ରହିଛି
- ଜେଲ କାନ୍ଥର ୫୦ ଫୁଟ ପରିଧି ବା ବଫର ଜୋନ୍ ମଧ୍ୟରେ କୌଣସି ଘର ଦ୍ୱାର ରହି ପାରିବ ନାହିଁ
- ୨୦୧୩ ରେ ସୁପ୍ରିମ କୋର୍ଟର ରିଟ୍ ପିଟିସନ୍ ସଙ୍ଖ୍ୟା ୪୦୬ ର ଶୁଣାଣି କରି ଏପରି ରାୟ ଶୁଣାଇଛି ସର୍ବୋଚ୍ଚ ନ୍ୟାୟାଳୟ
- ଗୃହ ବିଭାଗର ମଧ୍ୟ ଏଥି ପାଇଁ ସ୍ୱତନ୍ତ୍ର ନିର୍ଦେଶ ରହିଛି
- ଜେଲ ମାନୁଆଲରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି ।
- ଝାରପଜା ଜେଲ ରୁ କଏଦି ଚମ୍ପଟ ମାରିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଛି
- ବଫର ଯୋନ ଜମି ବସ୍ତି ବାସିନ୍ଦାଙ୍କ କବ୍ଜାରେ ଥିବା ନେଇ ଆପତ୍ତି ଉଠାଇଛି ଜେଲ କତ୍ତୃପକ୍ଷ
Follow Us