ସାଧ୍ବୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ କୋର୍ଟ : ୧୭ ବର୍ଷ ପରେ ରାୟ ଶୁଣାଇଲେ ସ୍ପେଶାଲ ଏନଆଇଏ କୋର୍ଟ

Advertisment

ଅଭିଯୁକ୍ତ ପୂର୍ବତନ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା କହିଲେ କୋର୍ଟ ।

ଅଭିଯୁକ୍ତ ପୂର୍ବତନ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା କହିଲେ କୋର୍ଟ ।

18

କନକ ବ୍ୟୁରୋ : ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ । ଅଭିଯୁକ୍ତ ପୂର୍ବତନ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା କହିଲେ କୋର୍ଟ ।  ଘଟଣାରେ ସାଧ୍ବୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କଲେ କୋର୍ଟ । ୧୭ ବର୍ଷ ପରେ ମାଲେଗାଓଁ ବିସ୍ଫୋରଣ ଘଟଣାର ରାୟ ଶୁଣାଇଛନ୍ତି ସ୍ପେଶାଲ ଏନଆଇଏ କୋର୍ଟ । ୨୯ ସେପ୍ଟେମ୍ବର ୨୦୦୮ରେ ମାଲେଗାଓଁ ଭିକୁ ଚୌକ୍‌ରେ ଏକ ବାଇକ୍‌ରେ ଥିବା ବମ୍ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ୧୦୧ ଜଣ ଆହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe