ମାଲେଗାଓଁ ବିସ୍ଫୋରଣ ମାମଲା: କୋର୍ଟରେ ଚାଲିଛି ଶୁଣାଣି, ମୁଖ୍ୟ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ

ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ସାଧ୍ୱୀପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । 

29

କନକ ବ୍ୟୁରୋ : ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ଏନଆଇଏର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ସାଧ୍ୱୀପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । 
ଏନଆଇଏ କୋର୍ଟ ସାଧ୍ୱୀ ପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି କି, ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାର୍ହି । ଏହାସହ ଯାଂଚ କରୁଥିବା ଏଜେନ୍ସି ପ୍ରମାଣ କରିପାରିନାହିଁ କି, ଯେଉଁ ମୋଟରସାଇକେଲ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା ତାହା ସାଧ୍ୱୀପ୍ରଜ୍ଞାଙ୍କର ବୋଲି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe