କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲଦୀପର ଦୁଇ ଦିନିଆ ରାଜକୀୟ ଗସ୍ତରେ ଆଜି ମାଳଦ୍ବୀପ ରାଜଧାନୀ ମାଲେରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆମନ୍ତ୍ରଣରେ ସେ ମାଲଦୀପର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେ । ମୋଦୀ ଓ ମୁଇଜୁ ଚାରିଟି ଏମଓୟୁ ଓ ତିନିଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ୫୬୫ ମିଲିୟନ ଡଲାରର କ୍ରେଡିଟ ଲାଇନ ଅନ୍ତର୍ଭୁକ୍ତ । ଏହା ମାଳାଦ୍ବୀପର ବିକାଶ ପାଇଁ ବ୍ୟବହୃତ ହେବ । ଏହି ଗସ୍ତ ଭାରତ-ମାଳଦୀପ ସମ୍ପର୍କକୁ ଦୃଢ଼ କରିବ ଓ ‘ନେବରହୁଡ ଫାର୍ଷ୍ଟ’ ନୀତିକୁ ପ୍ରୋତ୍ସାହନ ଦେବ । ଶୁକ୍ରବାର ମାଳଦ୍ୱୀପ ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମାଲେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଦାର ସ୍ବାଗତ କରିଥିଲେ । ଏହି ସମୟରେ ମୋଇଜୁଙ୍କ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମାଳଦ୍ୱୀପ ରାଷ୍ଟ୍ରପତି ମୋଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ

Advertisment

ମୋଦୀ-ମୁଇଜୁ ବୈଠକ
-ଭାରତ ଓ ମାଳଦ୍ବୀପ ମଧ୍ୟରେ ୪ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି
-ମାଳଦ୍ବୀପର ବିକାଶ ପାଇଁ ୫୬୫ ମିଲିୟନ ଡଲାରର କ୍ରେଡିଟ ଲାଇନ
-ବାଣିଜ୍ୟ, ସ୍ୱାସ୍ଥ୍ୟ, ମାଛ ଧରା ଓ ଫିନଟେକ କ୍ଷେତ୍ରରେ ୪ଟି ଏମଓୟୁ
-୪,୦୦୦ ସାମାଜିକ ଆବାସ ଓ ଅନ୍ୟାନ୍ୟ ଭାରତ-ସମର୍ଥିତ ପ୍ରୋଜେକ୍ଟ ହସ୍ତାନ୍ତର
-ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଓ ବିନିଯୋଗ ସୁରକ୍ଷା ନେଇ ଆଲୋଚନା