କନକ ବ୍ୟୁରୋ: ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରାଙ୍କ ସାଙ୍ଘାତିକ ଅଭିଯୋଗ। ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ଏ. ରଞ୍ଜିତଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଶ୍ରେଲେଖା। ଏକ ଫିଲ୍ମ ନିର୍ମାଣ ସମୟରେ ନିର୍ଦ୍ଦେଶକ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ଅନୁସାରେ
ଶ୍ରୀଲେଖାଙ୍କ ସାଙ୍ଘାତିକ ଅଭିଯୋଗ
୨୦୦୯ରେ ଏକ ନୂଆ ଫିଲ୍ମ ପାଇଁ ଘରକୁ ଡାକିଥିଲେ ଫିଲ୍ମ ନିର୍ଦ୍ଦେଶକ ଏ. ରଞ୍ଜିତ
ସିନେମାଟୋଗ୍ରାଫରଙ୍କ ସହ ଫୋନରେ କଥା ହୋଇ ମୋତେ ଘରକୁ ଡାକିଲେ
ତାହା ତାଙ୍କର ବେଡ୍ରୁମ୍ ଥିଲା, ସଂପୂର୍ଣ୍ଣ ଅନ୍ଧାର ଥିଲା ଓ ଏକ ବାଲକୋନି ଥିଲା
ମୁଁ ଫୋନରେ କଥା ହେଲାବେଳେ ସେ ମୋ ଚୁଡ଼ି ସହ ଖେଳିବାକୁ ଲାଗିଲେ
ପରେ ବାହାନା କରି ମୋତେ ବାରମ୍ୱାର ଛୁଇଁଥିଲେ ନିର୍ଦ୍ଦେଶକ ଏ. ରଞ୍ଜିତ
ମୋତେ ଅସହଜ ଲାଗିବାରୁ ମୁଁ ସେହି ରୁମରୁ ବାହାରକୁ ଚାଲିଆସିଥିଲି
ମାଲାୟାଲମ ସିନେମା ଇଣ୍ଡଷ୍ଟ୍ରିକୁ ନେଇ ଜଷ୍ଟିସ ହେମା କମିଟି ରିପୋର୍ଟ ପରେ ହଙ୍ଗାମା ଆରମ୍ଭ ହୋଇଛି। ସିନେମାରେ କାମ ଦେବା ପାଇଁ ଏଠାରେ ଅଭିନେତ୍ରୀମାନଙ୍କ ସହ ଦୁର୍ବ୍ୟବହାର କରାଯାଉଥିବା ରିପୋର୍ଟରେ ରହିଛି। ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ ପୁଣି ଫେରିଛି ‘ମି ଠୁ’ ମୁଭମେଣ୍ଟ। ଜଣେ ପରେ ଜଣେ ଅଭିନେତ୍ରୀ ସାମ୍ନାକୁ ଆସି କାମ ପାଇଁ କାଷ୍ଟିଂ କାଉଚର ଅଭିଯୋଗ ଆଣୁଛନ୍ତି। ସେପଟେ ଅଭିଯୋଗ ପରେ କେରଳ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଏ. ରଞ୍ଜିତ। କିନ୍ତୁ ଶ୍ରୀଲେଖା ଆଣିଥିବା ଅଭିଯୋଗକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ରଞ୍ଜିତ।