କନକ ବ୍ୟୁରୋ : ସାରା ରାଜ୍ୟରେ ଚିନ୍ତା ବଢ଼ାଇଲାଣି ମ୍ୟାଲେରିଆ ଆତଙ୍କ। ଫେଲ୍ ମାରିଛି ଦମନ ଅଭିଯାନ। ଲଗାତାର ତୃତୀୟ ବର୍ଷ ପାଇଁ ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଏକ ହୋଇଛି ଓଡ଼ିଶା । ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣ ଉପରେ ଲଗାମ କଷିବାକୁ ୨୦୧୭ରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଭିଯାନ । କିନ୍ତୁ ଏବେ ମ୍ୟାଲେରିଆ ଦମନ ଯୋଜନା ଫେଲ ମାରିଛି । ସଂକ୍ରମଣ କମିବା ପରିବର୍ତ୍ତେ ଉପରମୁହାଁ । ଅନୁଗୁଳ ଜିଲ୍ଲା ବଅଁରପାଳରେ ମଶା ଯୋଗୁଁ ଅତିଷ୍ଠ ହେଲେଣି ଲୋକେ । ବସଷ୍ଟାଣ୍ଡ ଓ ପାର୍ଶ୍ଵବର୍ତ୍ତି ଗାଁ ଗୁଡିକରେ ଡ୍ରେନେଜ ସୁବିଧା ନଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହୁଛି । ଲୋକ ମାନେ ବି ଅଳିଆ ଆବର୍ଜନା ମଧ୍ୟ ପକାଇ ଗଦା କରୁଛନ୍ତି। ଯାହା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ମଶାମାଛି ବୃଦ୍ଧି ପାଇବା ଏହାର ମୁଖ୍ୟ କାରଣ । ଚଳିତ ବର୍ଷ ବଅଁରପାଳ ବ୍ଲକରେ ୧୨ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଅନୁଗୁଳ ନୁହେଁ, ରାୟଗଡ଼ା ଓ ବାଲିଗୁଡ଼ାରେ ବି ସ୍ଥିତି ସଂଗିନ।
ମ୍ୟାଲେରିଆରେ ଅଲୋଡ଼ା ରେକର୍ଡ
ଦେଶରେ ସର୍ବାଧିକ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ
ଏନଭିବିଡିସିପି ରିପୋର୍ଟ ଅନୁସାରେ, ମେ’ ସୁଦ୍ଧା ଦେଶରେ ୬୪ ହଜାର ୨୪୫ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରୁ ୨୪ ହଜାର ୪୭୨ଜଣ ରୋଗୀ
ଯାହାକି ଦେଶରେ ସର୍ବାଧିକ
ବର୍ଷ ଶେଷକୁ ଏହି ସଂଖ୍ୟା ପୂର୍ବ ରେକର୍ଡକୁ ଟପିବାର ଆଶଙ୍କା
ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ ୧୨ ମ୍ୟାଲେରିଆ ରୋଗୀ ଚିହ୍ନଟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/05/20-2025-08-05-17-21-40.jpg)