ଜ୍ୱରରେ କମ୍ପୁଛି ଗାଁ: ନବରଙ୍ଗପୁରର ଦୁଇଟି ଗାଁରେ ବ୍ୟାପୁଛି ମ୍ୟାଲେରିଆ, ୨ ଜଣଙ୍କ ମୃତ୍ୟୁ ଅଭିଯୋଗ

Advertisment

ଜ୍ବରରେ କମ୍ପୁଛି ଗାଁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତ ସାନପାରା ଗାଁର ରାଇସିଂ ଗଣ୍ଡ ଓ ବଡ଼ପାରା ଗାଁରେ ବ୍ୟାପିଛି ମ୍ୟାଲେରିଆ । ଆଜି ଏହି ଜ୍ୱରରେ ଦୁଇଜଣ ପ୍ରାଣ ହରାଇଛନ୍ତି ।

ଜ୍ବରରେ କମ୍ପୁଛି ଗାଁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତ ସାନପାରା ଗାଁର ରାଇସିଂ ଗଣ୍ଡ ଓ ବଡ଼ପାରା ଗାଁରେ ବ୍ୟାପିଛି ମ୍ୟାଲେରିଆ । ଆଜି ଏହି ଜ୍ୱରରେ ଦୁଇଜଣ ପ୍ରାଣ ହରାଇଛନ୍ତି ।

ef

କନକ ବ୍ୟୁରୋ: ଜ୍ବରରେ କମ୍ପୁଛି ଗାଁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତ ସାନପାରା ଗାଁର ରାଇସିଂ ଗଣ୍ଡ ଓ ବଡ଼ପାରା ଗାଁରେ ବ୍ୟାପିଛି ମ୍ୟାଲେରିଆ । ଆଜି ଏହି ଜ୍ୱରରେ ଦୁଇଜଣ ପ୍ରାଣ ହରାଇଛନ୍ତି ।  ଏହି ଦୁଇ ଗାଁର ୧୬ ଜଣଙ୍କୁ ଜ୍ୱର ହେଉଥିବା ଯୋଗୁଁ ଘରେ ରହି ଚିକିତ୍ସିତ ହେଉ ଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଣ ଙ୍କ ମ୍ୟାଲେରିଆ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ବେଳେ ଅନ୍ୟ ଜଣ ଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବା ପ୍ରକାଶ କରିଛନ୍ତି ।  ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଟିମ ଓ ଜିଲ୍ଲା ମ୍ୟାଲେରିଆ ଟିମ ଗାଁରେ ରହି ଚିକିତ୍ସା କରୁଛନ୍ତି । କିଛି ଦିନ ତଳେ ଏହି ଦୁଇ ଗାଁର ୨୩ ଜଣ ରାୟଗଡା ଜିଲ୍ଲା ପାଞ୍ଚବାଇ କୁ ନୀଳଗିରି ଗଛ କାଟିବାକୁ ଯାଇ ସେହିଠାରୁ ଅସୁସ୍ଥ ହୋଇ ଦଶ ଦିନ ପୂର୍ବେ ଗ୍ରାମ ଫେରି ଚିକତ୍ସା ଆରମ୍ଭ କରିଥିଲେ । ଏହାପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୨୫୦ ଜଣ ଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ବର୍ତ୍ତମାନ ଯାଏ ରାୟଗଡା ରୁ ଫେରିଥିବା ତେଇଶି ଜଣ ଙ୍କ ମଧ୍ୟରୁ ଏଗାର ଜଣ ଙ୍କ ମ୍ୟାଲେରିଆ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe