କନକବ୍ୟୁରୋ -ଜ୍ବରରେ କମ୍ପୁଛି ଗାଁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତ ସାନପାରା ଗାଁର ରାଇସିଂ ଗଣ୍ଡ  ଓ ବଡ଼ପାରା ଗାଁରେ ବ୍ୟାପିଛି ମ୍ୟାଲେରିଆ । ଆଜି ଏହି ଜ୍ୱରରେ ଦୁଇଜଣ ପ୍ରାଣ ହରାଇଛନ୍ତି ।  ଏହି ଦୁଇ ଗାଁର ୧୬ ଜଣ ଙ୍କୁ ଜ୍ୱର ହେଉଥିବା ଯୋଗୁଁ ଘରେ ରହି ଚିକିତ୍ସିତ ହେଉ ଛନ୍ତି ।

Advertisment

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଣ ଙ୍କ ମ୍ୟାଲେରିଆ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ବେଳେ ଅନ୍ୟ ଜଣ ଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବା ପ୍ରକାଶ କରିଛନ୍ତି ।  

ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଟିମ ଓ ଜିଲ୍ଲା ମ୍ୟାଲେରିଆ ଟିମ ଗାଁରେ ରହି ଚିକିତ୍ସା କରୁଛନ୍ତି । କିଛି ଦିନ ତଳେ ଏହି ଦୁଇ ଗାଁର ୨୩ ଜଣ ରାୟଗଡା ଜିଲ୍ଲା ପାଞ୍ଚବାଇ କୁ ନୀଳଗିରି ଗଛ କାଟିବାକୁ ଯାଇ ସେହିଠାରୁ ଅସୁସ୍ଥ ହୋଇ ଦଶ ଦିନ ପୂର୍ବେ ଗ୍ରାମ ଫେରି ଚିକତ୍ସା ଆରମ୍ଭ କରିଥିଲେ ।

ଏହାପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୨୫୦ ଜଣ ଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ବର୍ତ୍ତମାନ ଯାଏ ରାୟଗଡା ରୁ ଫେରିଥିବା ତେଇଶି ଜଣ ଙ୍କ ମଧ୍ୟରୁ ଏଗାର ଜଣ ଙ୍କ ମ୍ୟାଲେରିଆ ପଜିଟିଭି ଚିହ୍ନଟ ହୋଇଛନ୍ତି ।