କନକ ବ୍ୟୁରୋ: ମାଲକାନଗିରି ଓ କୋରାପୁଟରେ ଏବେ ମ୍ୟାଲେରିଆ ଭୟ । ଆଜି ମାଲକାନଗିରି ମାଟାପାକା ସେବାଶ୍ରମର ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଜୀବନ ଯାଇଛି । ରୋହିତ ମାଡାମି ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ । ଆଜି ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି । ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଲା ଯେ, ରୋହିତ ମସ୍ତିଷ୍କ ମ୍ୟାଲେରିଆରେ ପୀଡ଼ିତ ଥିଲେ । ପୂର୍ବରୁ ମ୍ୟାଲେରିଆ ଆକ୍ରାନ୍ତ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଅଞ୍ଚଳରେ ଜଣଙ୍କର ଜୀବନ ଯାଇଥିଲା । ସେପଟେ ମ୍ୟାଲେରିଆ ହଟସ୍ପଟ ପାଲଟିଛି କୋରାପୁଟ ଜିଲ୍ଲା । କୋରାପୁଟର ଲମତାପୁଟ, ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର, ଲକ୍ଷ୍ମୀପୁର, ପଟାଙ୍ଗି ଓ ବୈପାରୀଗୁଡ଼ା ବ୍ଲକରେ ମାଡ଼ିଚାଲିଛି ମ୍ୟାଲେରିଆ ।

Advertisment
  • ରାୟଗଡ଼ାରେ ଡାଇରିଆ ଆତଙ୍କ
  • ପ୍ରତିଦିନ ଆସୁଛନ୍ତି ୭ରୁ ୮ ରୋଗୀ

ଜିଲ୍ଲା ପରେ ଜିଲ୍ଲା ମାଡ଼ି ରାୟଗଡ଼ାରେ ପହଞ୍ଚିଲାଣି ଡାଇରିଆ । ଲଗାଣ ବର୍ଷା ଯୋଗୁଁ ବ୍ୟାପୁଛି ଝାଡ଼ାବାନ୍ତି । ପ୍ରତିଦିନ ୭ ରୁ ୮ ଜଣ  ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ରାୟଗଡ଼ା ସଦର ସମେତ କୋଲନରା ବ୍ଲକ ତ ଝାଡ଼ାବାନ୍ତି ଦ୍ବାରା ସବୁଠୁ ଅଧିକ ପ୍ରଭାବିତ । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।  ଏହା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ବଢ଼ାଇଦେଇଛି । ସେଥିପାଇଁ ସଜାଗ ହୋଇପଡିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ତେବେ ଗୋଟିଏ ପଟେ ମ୍ୟାଲେରିଆର ଆତଙ୍କ ଅନ୍ୟପଟେ ଡାଇରିଆର ଭୟ ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।