କନକ ବ୍ୟୁରୋ : ମାଲକାନଗିରି ଆଦିମ ଦିଦାୟୀ ସମ୍ପ୍ରଦାୟର ଆଗୁଆ ଝିଅ ଚମ୍ପା ରାସପେଦା। ଡାକ୍ତର ଛାତ୍ରୀ । ଚଳିତ ବର୍ଷ ଡାକ୍ତର ପ୍ରବେଶିକା ପରୀକ୍ଷାରେ ସଫଳ ହୋଇ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି ଚମ୍ପା ରାସପେଦା। ଡାକ୍ତର ପାଠପଢ଼ା ଆରମ୍ଭ କରିବା ଆଗରୁ ଗାଁକୁ ଆସିଛନ୍ତି । ଚମ୍ପାଙ୍କ ଗାଁକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ଦୁର୍ଗମ ଆମ୍ବଳିବେଡ଼ା ଗାଁରେ ପହଞ୍ଚିଥିଲେ ତମାମ୍ ପ୍ରାଶାସନିକ ଅଧିକାରୀ। ଚମ୍ପାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ। ସ୍ମାର୍ଟ ଫୋନ୍ ସହ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗାଁର ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଡାକ୍ତର ଛାତ୍ରୀ ଚମ୍ପା। ନିଜେ କେଉଁଭଳି ପରିସ୍ଥିତି ଦେଇ ଗତି କରିଛନ୍ତି ତାହା ଜଣାଇଛନ୍ତି। ତାଙ୍କ ଅଞ୍ଚଳର ଅନ୍ୟ ପିଲାମାନେ ମଧ୍ୟ ପାଠପଢ଼ିବା ପାଇଁ ଚାହାନ୍ତି। ଆଉ ସେମାନଙ୍କ ବାଟରେ ଥିବା ସମସ୍ୟା ଦୂର କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି ଦିଦାୟୀ ସମ୍ପ୍ରଦାୟର ଡାକ୍ତର ଛାତ୍ରୀ ଚମ୍ପା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us