କନକ ବ୍ୟୁରୋ : ଚରମ ସୀମାରେଭୁବନେଶ୍ୱର ବିଜେଡିକଳି । ଅମରେଶ, ବିରଞ୍ଚିଙ୍କୁ କାରଣ ଦର୍ଶାଅ ନୋଟିସ । ସେପଟେ ପୁରୀରେ ବିଜେଡି କର୍ପୋରେଟରଙ୍କ ମେଳି, ଏପଟେ ଭୁବନେଶ୍ୱରରେବିଜେଡିର ଦୁଇ ଟାଣୁଆ କର୍ପୋରେଟର ଅମରେଶ ଜେନା ଓ ବିରଂଚି ନାରାୟଣ ମହାସୁପକାରଙ୍କୁ ନୋଟିସ । ଏହାକୁନେଇ ଆଜି ଭୁବନେଶ୍ୱର ରାଜନୀତି ସରଗରମ ହୋଇଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଭୁବନେଶ୍ୱର ଜିଲ୍ଲାସଭାପତିସୁଶାନ୍ତ ରାଉତଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହାଛଡାବିଜେଡି ନେତାରାଜେଶ ପାତ୍ର ଓ ବିବେକ ସ୍ୱାଇଁଙ୍କୁ ବି ନୋଟିସ ଜାରି ହୋଇଛି । ୧୫ ଦିନ ମଧ୍ୟରେ ଏମାନଙ୍କୁକାରଶ ଦର୍ଶାଅ ନୋଟିସର ଜବାବ ଦେବାକୁ ହେବ ।
ଆଜି ଭୁବନେଶ୍ୱର ମହାନଗର ନିଗମର ୨୫ରୁ ୩୦ ବିଜେଡି କର୍ପୋରେଟର ଲୋକନାଥଙ୍କଦର୍ଶନ ବାହାନାରେ ପୁରୀରେ ମେଳି କରିଥିଲେ । ବିଜେଡି କର୍ପୋରେଟର ଏକ ଥିବା ଭଳି ସନ୍ଦେଶ ଦେବାକୁଏଭଳି ମେଳି ହୋଇଥିବା କୁହାଯାଉଛି । ଏହା ମଧ୍ୟ ଚର୍ଚ୍ଚା ହେଉଛି, ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁବିରୋଧ କରି ଏହି ମେଳି ହୋଇଥିଲା । ଏହାପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ।
କିଛି ଦିନ ତଳେ ବିଜେଡି ଅଫିସରେ ହଙ୍ଗାମା ହୋଇଥିଲା । ଅଶୋକପଣ୍ଡାଙ୍କ ସମର୍ଥକ ଓ ଅମରେଶ ଜେନାଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଏପରିକି ମାମଲା ଥାନାକୁଯାଇଥିଲା । ଅଗଷ୍ଟ ମାସରେ ଅମରେଶ ଜେନା ବି ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଂଶସା କରି ଚର୍ଚ୍ଚାକୁଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/zXKIEKt2CpasgNJ2SRTy.jpg)