କନକ ବ୍ୟୁରୋ : ମହାରାଷ୍ଟ୍ର ଜଳଗାଁଓରେ ବଡଧରଣର ଟ୍ରେନ୍ ଦୁର୍ଘଟଣା । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ନେଇ ହଇଚଇ । ଟ୍ରେନରେ ଅନେକ ଯାତ୍ରୀ ଥିବା ବେଳେ ନିଆଁ ଲାଗିବା କଥା ଶୁଣି ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଭୟରେ ଟ୍ରେନରୁ ତଳକୁ ଡେଇଁ ପଡିଲେ ଯାତ୍ରୀ ।

Advertisment

ଅନ୍ୟପଟେ, ଦ୍ୱୀତୀୟ ଟ୍ରାକରେ ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ ଉପରେ ମାଡିଯାଇଛି । ଯେଉଁ ଯାତ୍ରୀମାନେ ଭୟରେ ଟ୍ରେନରୁ ଟ୍ରାକ୍ ଉପରକୁ ଡେଇଁପଡିଥିଲେ । ସେମାନେ ଅନ୍ୟ ଏକ ଟ୍ରନ୍ ତଳେ ଚାପି ହୋଇଯାଇଛନ୍ତି । ତେବେ ୫ଜଣ ଯାତ୍ରୀ ଟ୍ରନରେ କଟିଯାଇଛନ୍ତି । କର୍ଣ୍ଣାଟକ ଏକ୍ସପ୍ରେସ୍ ଯାତ୍ରୀଙ୍କୁ ଚାପି ଦେଇଥିବା ସୂଚନାରୁ ଜଣାପଡିଛି ।