କନକ ବ୍ୟୁରୋ: ଇରାନରେ ବଡ ଧରଣର ଆତଙ୍କୀ ଆକ୍ରମଣ । ଇରାନର ଦକ୍ଷିଣ ପୂର୍ବରେ ଥିବା ଏକ କୋର୍ଟ ଉପରେ ହୋଇଥିବା ଆକ୍ରମଣରେ ଏବେ ସୁଦ୍ଧା ୮ଜଣଙ୍କ ଜୀବନ ଯିବା ସହ ୩୦ରୁ ଅଧିକ ଗୁରୁତର ଭାବେ ଆହାତ ହୋଇଥିବା ସୂଚନା ମିଳିଛି । ଜାହେଦାନରେ ଥିବା କୋର୍ଟ ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ, ଆତଙ୍କବାଦୀମାନେ କୋର୍ଟ ଉପରେ ଏକ ଗ୍ରେନେଡ୍ ଫିଙ୍ଗିଥିଲେ । ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ବେଶରେ ଆସିଥିଲେ । ଇରାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈଶ ଅଲ-ଆଦଲ ନାମକ ଏକ ବାଲୁଚି ଜିହାଦୀ ଗୋଷ୍ଠୀ ।
ଇରାନରେ ବଡ଼ ଆତଙ୍କୀ ଆକ୍ରମଣ: କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼, ୭ ଜଣଙ୍କ ମୃତ୍ୟୁ
ଜାହେଦାନରେ ଥିବା କୋର୍ଟ ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ, ଆତଙ୍କବାଦୀମାନେ କୋର୍ଟ ଉପରେ ଏକ ଗ୍ରେନେଡ୍ ଫିଙ୍ଗିଥିଲେ । ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ବେଶରେ ଆସିଥିଲେ ।
/kanak/media/media_files/2025/07/26/qsq-2025-07-26-21-12-52.jpg)