ମୋଦୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ; ଦୁଇ ଯବାନ୍ ସହିଦ

କିସ୍ତୱାରରେ ଆତଙ୍କୀଙ୍କ ଗୁଳିରେ ଦୁଇ ଯବାନ ସହିଦ । କଠୁଆରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ । ଲୁଚିଥିବା ଆତଙ୍କବାଦୀଙ୍କୁ ଧରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ୍ ।

terrorist

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଦୁଇ ଯବାନ ସହିଦ ହୋଇଥିବାବେଳେ ଦୁଇ ଆତଙ୍କବାଦୀ ମୃତ । ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ଶୁକ୍ରବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ସେହିପରି ଜମ୍ମୁ-କଶ୍ମୀରର କଠୁଆରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୁହାଁମୁହିଁ ହୋଇଛନ୍ତି । 

ଏଠାରେ ହୋଇଥିବା ଏନକାଉଣ୍ଟରରେ ରାଇଜିଂ ଷ୍ଟାର କ୍ରପ୍ସ ୨ ଜଣ ଆତଙ୍କବାଦୀଙ୍କୁ ସଫା କରି ଦେଇଛନ୍ତି । ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ  ସର୍ଚ୍ଚ ଅପରେସନ ଜାରି ରହିଛି । ସେନାର ହ୍ୱାଇଟ୍ ନାଇଟ୍ କର୍ପସ୍ ଏହି ଏନକାଉଣ୍ଟର ସମ୍ପର୍କରେ ଟୁଇଟ୍ କରିଛି । କିସ୍ତଓ୍ଵାରର ଚାଟ୍ରୁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ପରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଏଥିରେ ସେନାର ୪ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କିସ୍ତଓ୍ଵାରର ଚାଟ୍ରୁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଏହା ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ଉପର ମୁଣ୍ଡରେ ସୁରକ୍ଷାବାହିନୀ ଏନକାଉଣ୍ଟର କରି ଜୈଶ-ଏ-ମହମ୍ମଦ ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe