ଟିଏମସିରେ ବଡ଼ ହଲଚଲ, ଲୋକସଭା ସଚେତକ ପଦରୁ କଲ୍ୟାଣ ବାନାର୍ଜୀଙ୍କ ଇସ୍ତଫା, ସଂସଦୀୟ ଦଳର ନେତା ହେଲେ ଅଭିଷେକ ବାନାର୍ଜୀ

ମହୁଆ ମୋଇତ୍ରାଙ୍କ ସହ ଚାଲିଥିବା ବିବାଦ ହିଁ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଇସ୍ତଫାର ମୂଳ କାରଣ ବୋଲି କୁହାଯାଉଛି । ଗତ ବଜେଟ୍‌ ଅଧିବେଶନ ସମୟରେ ଦୁଇ ଦଳୀୟ ସାଂସଦଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ମହୁଆଙ୍କ ବିବାହ ପରେ କଲ୍ୟାଣଙ୍କ ମନ୍ତବ୍ୟ ନେଇ ଏହି ବିବାଦ ଆହୁରି ତୀବ୍ର ହୋଇଥିଲା, ଯାହାକୁ ନେଇ ଦଳର ସୁପ୍ରିମୋ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିବା ସହ ସହିତ ସାଂସଦଙ୍କ ମଧ୍ୟରେ ବୁଝାମଣା ଅଭାବ ନେଇ ତୀବ୍ର ପ୍ରତିକ୍ରିୟା ଦେଇଥିଲେ ।

49

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ସାଂସଦ ଅଭିଷେକ ବାନାର୍ଜୀ ମନୋନୀତ ହୋଇଛନ୍ତି । ଏହା ଛଡ଼ା ଲୋକସଭାର ଦଳର ହ୍ବିପ୍‌ ପଦରୁ ବିବାଦରେ ଥିବା କଲ୍ୟାଣ ବାନାର୍ଜୀ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ଟିଏମସିରେ ରାଜନୀତି ତୀବ୍ର ହୋଇଛି  ।

ମହୁଆ ମୋଇତ୍ରାଙ୍କ ସହ ଚାଲିଥିବା ବିବାଦ ହିଁ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଇସ୍ତଫାର ମୂଳ କାରଣ ବୋଲି କୁହାଯାଉଛି । ଗତ ବଜେଟ୍‌ ଅଧିବେଶନ ସମୟରେ ଦୁଇ ଦଳୀୟ ସାଂସଦଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ମହୁଆଙ୍କ ବିବାହ ପରେ କଲ୍ୟାଣଙ୍କ ମନ୍ତବ୍ୟ ନେଇ ଏହି ବିବାଦ ଆହୁରି ତୀବ୍ର ହୋଇଥିଲା, ଯାହାକୁ ନେଇ ଦଳର ସୁପ୍ରିମୋ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିବା ସହ ସହିତ ସାଂସଦଙ୍କ ମଧ୍ୟରେ ବୁଝାମଣା ଅଭାବ ନେଇ ତୀବ୍ର ପ୍ରତିକ୍ରିୟା ଦେଇଥିଲେ ।

ଆଗାମୀ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ । ଲଗାତାର ୩ଥର ମୁଖ୍ୟମନ୍ତ୍ରୀ ଥିବା ମମତାଙ୍କୁ ହଟାଇବା ପାଇଁ ବିରୋଧୀ ବିଜେପି ଖୁବ ଆକ୍ରମଣାତ୍ମକ ପ୍ରଚାର ଅଭିଯାନ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ସଂଗଠନକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ବିଭିନ୍ନ ଜିଲ୍ଲା ସଂଗଠନର ପରିବର୍ତ୍ତନ ସହ କାମ କରିପାରୁନଥିବା ଦଳୀୟ ବ୍ୟକ୍ତିଙ୍କୁ ବଦଳାଇବା ଆରମ୍ଭ କରିଛନ୍ତି । ଏଥିସହ ପୁରୁଖା ଓ ନୂଆଙ୍କ ମଧ୍ୟରେ ଦୂରତା ଦୂର କରିବାରେ ମମତା ଚେଷ୍ଟା କରୁଛନ୍ତି । ଏହି ଆଧାରରେ ଅସୁସ୍ଥ ଥିବା ସନ୍ଦୀପ ବନ୍ଦୋପାଧ୍ୟାୟଙ୍କ ସ୍ଥାନରେ ଦଳର ସାଧାରଣ ସଂପାଦକ ଅଭିଷେକ ବାର୍ନାଜୀଙ୍କୁ ସଂସଦୀୟ ଦଳ ନେତା ଭାବେ ମନୋନୀତ କରାଯାଇଛି । ଏହା ଛଡ଼ା ସଂସଦୀୟ ଦଳ ମଧ୍ୟରେ ନୂଆ କର୍ମକର୍ତ୍ତା ଚୟନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe