Photograph: (kanak news)
କକନ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାଇଁ ଖୁସୀ ଖବର । ଗୋପାଳପୁର ପରେ ବର୍ତ୍ତମାନ ସୋନପୁରରେ ଥିବା ବାହୁଦା ନଦୀ ମୁହାଣରେ ହେବ ବନ୍ଦର । ଆଉ ଏହି ବନ୍ଦର ରାଜ୍ୟର ସବୁଠାରୁ ବଡ଼ ହେବ। ସୋନପୁରର ବାହୁଦା ମୁହାଣ ବନ୍ଦର ହେବା ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା, ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସହ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ରାଜ୍ୟରେ ରହିଥିବା ଧାମରା, ପାରାଦୀପ, ଗୋପାଳପୁର ବନ୍ଦର ଠାରୁ ବଡ଼ ବନ୍ଦର ହେବ ସୋନପୁର ବନ୍ଦର ।
୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଏହି ବନ୍ଦର ନିର୍ମାଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ବର୍ଷକୁ ୧୫୦ ମିଲିଅନ୍ ମେଟ୍ରିକ ଟନ୍ କାର୍ଗୋ ପରିବହନ କରିବାର କ୍ଷମତା ରହିବ। ୨୦୨୫ ମସିହା ସେପ୍ଟମ୍ବର ୧୯ ତାରିଖରେ ପାରାଦୀପ ପୋର୍ଟ ଲିମିଟେଡ଼, ସାଗରମାଳା ଫାଇନାନ୍ସ ଲିମିଟେଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହି ବନ୍ଦର ପାଇଁ ୫ ହଜାର ଏକର ଲୁଣ ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ବଳକା ୧୭୪୧ ଏକର ଜମି ଆନ୍ଦ୍ର ଅଞ୍ଚଳରେ ଥିବାବେଳେ ତାହାକୁ ଅଣାଯାଇ ବନ୍ଦର ନିର୍ମାଣରେ ଲଗାଯିବ।
ଆହୁରି ପଢ଼ନ୍ତୁ:ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ, ଇରାନ ପକ୍ଷରୁ ପ୍ରତିଶୋଧ ନେବାର ଚେତାବନୀ
ବନ୍ଦର ପାଇଁ ଆବଶ୍ୟକ ରହିଥିବା ଭିଜିବାଲଟି ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ ହୋଇସାରିଛି। ମତ୍ସ୍ୟଜୀବୀ ମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖାଯାଇ ବନ୍ଦର ନିର୍ମାଣ ହେବ ଓ ଶହ ଶହ ଲୋକେ ନିଯୁକ୍ତି ପାଇପାରିବେ ଏହି ବନ୍ଦରରେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ସେପଟେ ଏହି ବନ୍ଦରକୁ ପିପିପି ମୋଡରେ କରାଯିବ । ସର୍ଭେ ସରିଥିବା ବେଳେ ସହ ଟେକ୍ନିକାଲ ରିପୋର୍ଟ ଆସିସାରିଛି। ଖୁବଶୀଘ୍ର ଡ଼ିପିଆର ପ୍ରସ୍ତୁତ କରାଯାଇ ବନ୍ଦର କାର୍ଯ୍ୟ ଆରମ୍ଭ ହେବ ବୋଲି କହଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ।
Follow Us