କନକ ବ୍ୟୁରୋ : ଖୋର୍ଦ୍ଧାରେ ସାଙ୍ଘାତିକ ଛାତ୍ରବୃତି କେଲେଙ୍କାରୀ । ଜାଲ ସାଟିଫିକେଟଦେଇ ଟଙ୍କା ହଡପ ଘଟଣା । ୭ ଟି କଲେଜର ୧୪୯ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହେଲା ମାମଲା । ସଏଜି ଅଡିଟିରୁ ଏସମ୍ପର୍କରେ ଖୁଲାସା ହେବା ପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଛି  ଖୋର୍ଦ୍ଧା ପୁଲିସ ।  ଛାତ୍ରଛାତ୍ରଙ୍କ ବିରୋଧରେ ଠକେଇ ନେଇ ଆଇପିସି ଦଫା ୪୨୦, ୩୫, ୪୬୭, ୪୬୮,୪୭୧, ୪୭୪ ରୁଜୁ କରିଛି ପୁଲିସ । ମିଥ୍ୟା ଆୟ ଓ ଜାତିଗତ ପ୍ରମାଣପତ୍ର ଦାଖଲ କରି ୧୪୯ ଛାତ୍ରଛାତ୍ରୀ ଯୋଜନା କରିଥିଲେ ହଡ଼ପ । କେବଳ ସେତିକି ନୁହେଁ, କଲେଜରେ ଆଦୌ ନାଁ ନ ଲେଖାଇ କିମ୍ବା ଅନୁପସ୍ଥିତ ଥାଇ ବି ଛାତ୍ରବୃତ୍ତିର ଉଠାଉଥିଲେ ଫାଇଦା । ସିଏଜି ଖୋର୍ଦ୍ଧା ଜିଲ୍ଲାରେ ଏହି ଯୋଜନାର ସମୀକ୍ଷା କଲାବେଳେ ଏ କେଳେଙ୍କାରୀର ଖୁଲାସା କରିଛନ୍ତି । ଛାତ୍ରବୃତ୍ତି କେଳେଙ୍କାରୀରେ ଉଭୟ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷଙ୍କ ସମ୍ପୃକ୍ତିକୁ ନେଇ ଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ମୋହନ ଦାସ ଖୋର୍ଦ୍ଧା ଆଦର୍ଶ ଥାନାରେ ଛାତ୍ରଛାତ୍ରୀ ଓ କଲେଜ ନାଁରେ ଏତଲା ଦେଇଛନ୍ତି । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ କେସ୍‌ ନମ୍ବର ୪୮୬ ଓ ୪୮୭ରେ ଦୁଇ ଗୋଟି ମାମଲା ରୁଜୁ କରିଛି । ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ମାଟ୍ରିକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନରେ ଦୁର୍ନୀତି ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଯେତିକି ବିଦ୍ୟାର୍ଥୀଙ୍କୁ ମାଟ୍ରିକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ଦିଆଯାଇଥିଲା, ତନ୍ମଧ୍ୟରୁ ୧୪୯ ଜଣ ବିଦ୍ୟାର୍ଥୀଙ୍କର ଆୟ ଓ ଜାତିଗତ ପ୍ରମାଣପତ୍ର ନକଲି ଥିଲା। 

Advertisment