ବଡ଼ ସଡ଼କ ଦୁର୍ଘଟଣା: କଣ୍ଟେନର ସହ ଧକ୍କା ହୋଇ ଜଳିଗଲା ବସ୍

Advertisment

କର୍ଣ୍ଣାଟକ ଚିତ୍ରଦୁର୍ଗ ହିରିୟୁର ନିକଟରେ ବଡ଼ ସଡ଼କ ଦୁର୍ଘଟଣା। କଣ୍ଟେନର ସହ ଧକ୍କା ହୋଇ ଜଳିଗଲା ବସ୍, ଘଟଣା ସ୍ଥଳରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ। ସେପଟେ ତାମିଲନାଡୁର କୁଡ୍ଡାଲୋରରେ ବସ୍ ଟାୟର ଫାଟି ଦୁଇଟି କାର୍ ସହ ପିଟିହେବାରୁ ଚାଲିଗଲା ୯ଜଣ ଯାତ୍ରୀଙ୍କ ଜୀବନ।

Updated On

କର୍ଣ୍ଣାଟକ ଚିତ୍ରଦୁର୍ଗ ହିରିୟୁର ନିକଟରେ ବଡ଼ ସଡ଼କ ଦୁର୍ଘଟଣା। କଣ୍ଟେନର ସହ ଧକ୍କା ହୋଇ ଜଳିଗଲା ବସ୍, ଘଟଣା ସ୍ଥଳରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ। ସେପଟେ ତାମିଲନାଡୁର କୁଡ୍ଡାଲୋରରେ ବସ୍ ଟାୟର ଫାଟି ଦୁଇଟି କାର୍ ସହ ପିଟିହେବାରୁ ଚାଲିଗଲା ୯ଜଣ ଯାତ୍ରୀଙ୍କ ଜୀବନ।

ଅଦ୍ୟତନ ହୋଇଛି
accident

accident Photograph: (kanak news)

କନକ ବ୍ୟୁରୋ: କର୍ଣ୍ଣାଟକ ଚିତ୍ରଦୁର୍ଗ ହିରିୟୁର ନିକଟରେ ବଡ଼ ସଡ଼କ ଦୁର୍ଘଟଣା। କଣ୍ଟେନର ସହ ଧକ୍କା ହୋଇ ଜଳିଗଲା ବସ୍, ଘଟଣା ସ୍ଥଳରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ। ସେପଟେ ତାମିଲନାଡୁର କୁଡ୍ଡାଲୋରରେ ବସ୍ ଟାୟର ଫାଟି ଦୁଇଟି କାର୍ ସହ ପିଟିହେବାରୁ ଚାଲିଗଲା ୯ଜଣ ଯାତ୍ରୀଙ୍କ ଜୀବନ। ବୁଧବାର ରାତିରେ ଦୁଇଟି ରାଜ୍ୟରେ ଘଟିଥିବା ଏହି ଦୁଇଟି ପୃଥକ ଦୁର୍ଘଟଣାରେ ମୋଟ ୨୧ଜଣଙ୍କ ମୃତ୍ୟୁ ଘଟିଛି।

ବେଙ୍ଗାଲୁରୁରୁ ଗୋକର୍ଣ୍ଣ ଯାଉଥିବା ସି ବାର୍ଡ ଟ୍ରାଭେଲ୍ସର ଏକ ଘରୋଇ ସ୍ଲିପର୍ ବସ୍ କଣ୍ଟେନର ଲରି ସହିତ ଧକ୍କା ଦେଇ ଜଳିଯାଇଥିଲା ବସ୍। ଯେଉଁଥିରେ ୧୧ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଥିଲେ, କଣ୍ଟେନର ଡ୍ରାଇଭରଙ୍କର ମଧ୍ୟ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଟି ଏକ ଜାତୀୟ ରାଜପଥରେ ଘଟିଥିଲା, ଯେଉଁଠାରେ ଧକ୍କା ପରେ ବସ୍‌ଟି ଦ୍ରୁତ ଗତିରେ ନିଆଁରେ ପୋଡ଼ି ଯାଇଥିଲା। ଅନେକ ଯାତ୍ରୀ ଶୋଇପଡ଼ିଥିବା କାରଣରୁ ମୃତ୍ୟୃ ସଂଖ୍ୟା ବୃଦ୍ଧି ପାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ : ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ : ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ହରତାଳ

ଅନ୍ୟପଟେ ତାମିଲନାଡୁର କୁଡ୍ଡାଲୋରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ସରକାରୀ ବସ୍ ଟାୟାର ଫାଟି ଡିଭାଇଡର ଭାଙ୍ଗି ବିପରୀତ ଲେନ୍‌କୁ ଗଲା ଏବଂ ସାମ୍ନାକୁ ଆସୁଥିବା ଦୁଇଟି ଗାଡ଼ି ସହିତ ଧକ୍କା ଦେଲା। ଏହି ଭୟଙ୍କର ଧକ୍କାରେ ଘଟଣାସ୍ଥଳେ ନଅ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe