କନକବ୍ୟୁରୋ : ସାଉଦି ଆରବରେ ବଡ଼ ସଡ଼କ ଦୁର୍ଘଟଣା, ୯ଜଣ ଭାରତୀୟଙ୍କ ମୃତ୍ୟୁ। ସାଉଦି ଆରବର ପଶ୍ଚିମ ଅଞ୍ଚଳର ଜିଜାନ ନିକଟରେ ବୁଧବାର ଏଭଳି ବଡ଼ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ମୋଟ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ୯ଜଣ ଭାରତୀୟ ରହିଥିବା ବେଳେ ଅନ୍ୟମାନେ ନେପାଳ ଓ ଘାନାର ନାଗରିକ ବୋଲି ଜଣାପଡିଛି । 

Advertisment

ଜାନୁଆରୀ ୨୬ ତାରିଖ ସକାଳ ୬ଟା ସମୟରେ ଅସୀର ପ୍ରଦେଶର ବାଡି ବିନ୍ ହାଶବଲ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ସେପେଟେ ଦୁର୍ଘଟଣାଗ୍ରସ୍ତ ଭାରତୀୟଙ୍କ ପରିବାର ସହ ଯୋଗାଯୋଗ କରିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ । ଆହତ ଭାରତୀୟ ମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଭାରତ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ଏହି ସଡକ ଦୁର୍ଘଟଣାରେ ସମବେଦନା ଜଣାଇ ଜେଡାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି  ଦୁର୍ଘଟଣା ଗ୍ରସ୍ତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏନେଇ ଦୁଃଖପ୍ରକାଶ କରିଛନ୍ତି ।