କନକ ବ୍ୟୁରୋ : ଡିଲ କରୁଥିଲେ ଓଆଇଏସଏଫ୍ ଯବାନ ପପୁ ସାହୁ । ୧୦ ଲକ୍ଷ ଟଙ୍କାରେ ହେଉଥିଲା କଲରାପତରିଆ ବାଘଛାଲ ଡିଲ । ମାଡି ବସିଛି ଜଙ୍ଗଲ ବିଭାଗ । ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ ହାତରେ କୁଖ୍ୟାତ ବାଘଛାଲ ଡିଲ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ଜଙ୍ଗଲ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ବିଭୁତି ଭୂଷଣ ନାୟକ, ସନ୍ତୋଷ ସାହୁ, ଓଆଇଏସଏଫ୍ ଯବାନ  ପପୁ ସାହୁ ସନତ ଉର୍ମା, ପ୍ରବୀଣ କୁମାର ପ୍ରଧାନ, ଅମିତ ମଲ୍ଲିକ ଓ କବିରାଜ ସ୍ବାଇଁ । ଏମାନଙ୍କ ପାଖରୁ ଗୋଟିଏ କଲରାପତରିଆ ବାଘଛାଲ ସହ ବାଘନଖ , ୫ ଟି ମୋବାଇଲ ଫୋନ ଜବତ କରାଯାଇଛି । ଜବତ  ବାଘଛାଲରୁ ଜଣାପଡିଛି କି ଚଳିତ ବର୍ଷ ମେ କିମ୍ବା ଜୁନ ମାସରେ ଏହି ବାଘକୁ ଶିକାର କରାଯାଇଛି । ମାଙ୍କଡ  ଫାସ ବସାଇ ବାଘ ଶିକାର କରାଯାଇଛି  ।  ଶିକାର କରିବା ପରେ ଏହି କଲରାପତରିଆ ବାଘ ଛାଲକୁ ବିକ୍ରି କରିବା ପାଇଁ ୧୦ ଲକ୍ଷ ଟଙ୍କାରେ ତମାଣ୍ଡୋ ଥାନା ବାଲିଆପଡାର ଏହି ଜଙ୍ଗଲରେ ଡିଲ କରାଯାଉଥିଲା  । 

Advertisment

ସେପଟେ ରାଜ୍ୟରେ ଏବେ ଫୁଲ ସକ୍ରିୟ ଶିକାରୀ ଆଉ ବନ୍ୟପ୍ରାଣୀ ସାମଗ୍ରୀ ବେପାରୀ । ଏପରିକି  ବାସ୍ତୁ ବିଚାର ଦୋକାନରେ ମଧ୍ୟ ବିକ୍ରି ହେଉଛି ନିଷେଧ ହୋଇଥିବା ବନ୍ୟାପ୍ରାଣୀ ସାମଗ୍ରୀ । ଯାହାର ପର୍ଦ୍ଦାଫାଶ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଡିଆରଆଇ । ଭୁବନେଶ୍ବରର ଏକ ବାସ୍ତୁ ବିଚାର ଦୋକାନରେ ବଜ୍ରକାପ୍ତା ମୁଦି, କସ୍ତୁରୀ ମୁର୍ଗର କସ୍ତୁରୀ ସହ ବିରଳ କଉଡି ଓ ସାମୁଦ୍ରିକ କଙ୍କାଳ ବିକ୍ରି କରାଯାଉଥିବା ବେଳେ ଜବତ ହୋଇଛି ।

ସେପଟେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଦିନକୁ ଦିନ ବାଘ ଓ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ଦୁଇବର୍ଷ ମଧ୍ୟରେ ପାଖାପାଖି ୫୨ ଟି ବାଘଛାଲ ଜବତ ହୋଇସାରିଲାଣି ତେବେ ଏହାକୁ କେମିତି ରୋକା ଯାଇ ପାରିବ ତାହା ମୋହନ ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।