କନକ ବ୍ୟୁରୋ : ପୁଅ ବିକୁଥିଲା ନକଲି ମଦ, ମାଆ ବିକୁଥିଲା ଧଳା ଜହର । କୋଲକାତାରୁ ଆସୁଥିଲା ମାଲ୍। ଆଉ ଆଜି ଧରାପଡ଼ିଯାଇଛନ୍ତି ଅବକାରୀ ବିଭାଗ ହାତରେ । ନିଶା କାରବାର ଅଭିଯୋଗରେ ମାଆ ପୁଅଙ୍କ ସମେତ ୪ ଜଣଙ୍କୁ ବାନ୍ଧିଛି ଅବକାରୀ ବିଭାଗ। ଅପରେସନ ପ୍ରହାର ଜରିଆରେ ବ୍ରହ୍ମପୁରରେ ହୋଇଛି ବଡ଼ ଧରଣର ଚଢ଼ାଉ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ମିଳିଛି ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ନକଲି ମଦ ।
ଗଂଜେଇ କାରବାର ଅଭିଯୋଗରେ ଗୋଟିଏ ଦିନରେ ଧରାପଡ଼ିଲେ ୬ ଜଣ। ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ବଙ୍ଗାଳୀ, ଜଣେ ବିହାରୀ ଓ ୩ ଜଣ ଓଡ଼ିଆ ଥିବା ଜଣାପଡ଼ିଛି । ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୩ଟି ଚାରିଚକିଆ ଗାଡ଼ି, ଗୋଟିଏ ସ୍କୁଟର ଓ ୮ଟି ମୋବାଇଲ ଜବତ ହୋଇଛି।
ଗଂଜେଇ କାରବାର ପଛରେ ଆଉ କାହାର ଅଛି ହାତ, ସେ ନେଇ ଛାନଭିନ୍ ଚାଲିଛି।