କନକ ବ୍ୟୁରୋ : ନେପାଳରେ ଜେନଜି ସରକାର । ଜେନିଜି ବିଦ୍ରୋହ ପରେ ଦେଶରେ ପ୍ରଥମ ଥର ପାଇଁ ମାର୍ଚ୍ଚ ୫ରେ ହୋଇଥିବା ସଂସଦୀୟ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ତେବେ ରେପରରୁ ରାଜନେତା ପାଲଟିଥିବା ବାଲେନ ଶାହାଙ୍କ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ଯାଉଛି । ଜେନଜିଙ୍କ ହିରୋ ବାଲେନ ଶାହା ନେପାଲର ପରବର୍ତ୍ତ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ । ଭୋଟ ଗଣତି ସରିବା ପରେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଉଥିବା କୁହାଯାଉଛି। ନେପାଲ କଂଗ୍ରେସ, ନେପାଲ କମ୍ୟୁନିଷ୍ଟ ପାର୍ଟିକୁ ବହୁ ପଛରେ ପକାଇଛି ବାଲେନ ଶାହଙ୍କ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି । 

Advertisment

ଅଧିକ ପଢନ୍ତୁ : ନେପାଳ ସାଧାରଣ ନିର୍ବାଚନ: ବିପୁଳ ବିଜୟ ଦିଗରେ ଜେନ୍‌ ଜିଙ୍କ ପସନ୍ଦ ବାଲେନ୍‌ ଶାହ

ନେପାଲରେ ବାଲେନ ଶାହ ସରକାର! 
ନେପାଲ ରାଜନୀତିରେ ବଡ଼ ପରିବର୍ତ୍ତନ 
ପଡ଼ୋଶୀ ନେପାଳରେ ହେବାକୁ ଯାଉଛି ଜେନ-ଜି'ଙ୍କ ସରକାର 
ଜେନ୍‌-ଜି'ଙ୍କ ହିରୋ ବାଲେନ ଶାହ ହେବେ ପ୍ରଧାନମନ୍ତ୍ରୀ 
ସରକାର ଗଠନ ପାଇଁ ମ୍ୟାଜିକ ନମ୍ୱରଠୁ ଆଗୁଆ ବାଲେନଙ୍କ ପାର୍ଟି 
ନେପାଳରେ ସରକାର ଗଠନ ପାଇଁ ଆବଶ୍ୟକ ୧୩୮ ଆସନ 
ବାଲେନ ଶାହଙ୍କ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟ୍ଟି ୧୬୮ ଆସନରେ ଆଗୁଆ
ଭାରତ ବିରୋଧୀ କେପି ଶର୍ମା ଓଲି ଓ ପ୍ରଚଣ୍ଡଙ୍କ ଦଳ ବହୁ ପଛରେ ପଡ଼ିଛନ୍ତି 
୩୫ ବର୍ଷିୟ ବାଲେନ ପୂର୍ବରୁ କାଠମାଣ୍ଡୁର ମେୟର ରହି ସାରିଛନ୍ତି