ପଞ୍ଚାୟତ ନିର୍ବାଚନ ପାଇଁ ରିଭିଜନ ଆରମ୍ଭ କଲେ ପ୍ରମୁଖ ରାଜନୈତିକ ଦଳ, ରୁଦ୍ଧଦ୍ୱାର ବୈଠକ କରି ପ୍ରସ୍ତୁତ କରୁଛନ୍ତି ରଣନୀତି

Advertisment

ତୃଣମୂଳସ୍ତରରେ ସବୁ ଦଳର ସଂଗଠନ ଅସଜଡା ଅବସ୍ଥାରେ ଥିବାବେଳେ, ପଂଚାୟତ ପରୀକ୍ଷା ପାଇଁ ରିଭିଜନ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ।  କାରଣ ଆଗାମୀ ପଞ୍ଚାୟତ ନିର୍ବାଚନ ହେଉଛି ସମ୍ମାନର ଲଢେଇ। ୨୦୨୯ ଫାଇନାଲ ପୂର୍ବରୁ ସେମିଫାଇନାଲ ମୁକାବିଲା ମୈଦାନ ସାଜିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପାଇଁ ବର୍ଷେ ପୂର୍ବରୁ ଶାସକ ବିଜେପିର କବାଟକିଳା ବୈଠକ।

ତୃଣମୂଳସ୍ତରରେ ସବୁ ଦଳର ସଂଗଠନ ଅସଜଡା ଅବସ୍ଥାରେ ଥିବାବେଳେ, ପଂଚାୟତ ପରୀକ୍ଷା ପାଇଁ ରିଭିଜନ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ।  କାରଣ ଆଗାମୀ ପଞ୍ଚାୟତ ନିର୍ବାଚନ ହେଉଛି ସମ୍ମାନର ଲଢେଇ। ୨୦୨୯ ଫାଇନାଲ ପୂର୍ବରୁ ସେମିଫାଇନାଲ ମୁକାବିଲା ମୈଦାନ ସାଜିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପାଇଁ ବର୍ଷେ ପୂର୍ବରୁ ଶାସକ ବିଜେପିର କବାଟକିଳା ବୈଠକ।

panchayat

କନକ ବ୍ୟୁରୋ : ଗାଁ ଗାଁରେ କାହାର ସଙ୍ଗଠନ କେତେ ସୁଦୃଢ? ତୃଣମୂଳସ୍ତରର ଲୋକ କେଉଁ ଦଳ ସହ ଆଗକୁ ବଢିବେ। ଏହାର ସଂକେତ ଦେବ ପଞ୍ଚାୟତ ନିର୍ବାଚନ। ତେଣୁ ୩ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନରେ ଦମଦାର ପ୍ରଦର୍ଶନ ପାଇଁ ଏବେଠୁ କଷିଲେଣି ଅଙ୍କ । ତୁହାକୁ ତୁହା ବୈଠକ ଓ ଆଲୋଚନା ଭିତରେ ପଞ୍ଚାୟତ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି ।

ତୃଣମୂଳସ୍ତରରେ ସବୁ ଦଳର ସଂଗଠନ ଅସଜଡା ଅବସ୍ଥାରେ ଥିବାବେଳେ, ପଂଚାୟତ ପରୀକ୍ଷା ପାଇଁ ରିଭିଜନ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ।  କାରଣ ଆଗାମୀ ପଞ୍ଚାୟତ ନିର୍ବାଚନ ହେଉଛି ସମ୍ମାନର ଲଢେଇ। ୨୦୨୯ ଫାଇନାଲ ପୂର୍ବରୁ ସେମିଫାଇନାଲ ମୁକାବିଲା ମୈଦାନ ସାଜିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପାଇଁ ବର୍ଷେ ପୂର୍ବରୁ ଶାସକ ବିଜେପିର କବାଟକିଳା ବୈଠକ। ଛାମୁଆ କର୍ମୀଙ୍କୁ ପଞ୍ଚାୟତ ପରୀକ୍ଷା ପାଇଁ ମନ୍ତ୍ର ଦେଇଛନ୍ତି ମୋହନ ଓ ମନମୋହନ। ଏବେଠୁ ପ୍ରସ୍ତୁତ ନହେଲେ କଥା ସରିଲା। ପଞ୍ଚାୟତ ପରୀକ୍ଷାରେ ଫେଲ୍ ହେଲେ ଦଳର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡିବା ସହ ଲୋକଙ୍କ ସରକାର ଲୋକପ୍ରିୟ ନଥିବାର ବାର୍ତ୍ତା ଯିବ। ତେଣୁ ଏଭଳି ସାର୍ଟିଫିକେଟ ନେଇ ସାଧାରଣ ନିର୍ବାଚନକୁ ଓହ୍ଲାଇବାକୁ ଚାହିଁବନି ଦଳ। ତେଣୁ ବିଧାୟକ ଓ ସାଂସଦଙ୍କୁ ପଞ୍ଚାୟତ ଦାୟିତ୍ବ ବଣ୍ଟାଯାଇଛି। ପ୍ରାର୍ଥୀ ଚୟନ ନେଇ ଦଳୀୟ ସ୍ତରରେ କସରତ ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ଆସନକୁ ଟାର୍ଗେଟ୍‌ କରିଛି ଦଳ।  

ଅଧିକ ପଢ଼ନ୍ତୁ :  ଆଗୁଆ ହେବନି, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ : ବଡ଼ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର

 ଶାସକ ବିଜେପିର ସଜବାଜ ଭିତରେ ବିରୋଧୀ ବିଜେଡି ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ିଛି। ଦଳର ସୁପ୍ରିମୋ ପାଳି ପାଳି କରି ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଡାକି ସଙ୍ଗଠନକୁ ସୁଦୃଢ କରିବାକୁ ରଣନୀତି କରୁଛନ୍ତି।  ବିଜେଡିର ଭୟ, ଏବେଠୁ ସଙ୍ଗଠନକୁ ନ ସଜାଡ଼ିଲେ ପାରମ୍ପରିକ ଗଡ଼ ଭୁଶୁଡ଼ିଯିବ। ଦଳୀୟ ନେତାଙ୍କ ମଧ୍ୟରେ ଫାଟକୁ ଯୋଡିବାକୁ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅଗ୍ନିପରୀକ୍ଷା ଠାରୁ କମ ହେବନି। ସେହିଭଳି ଜିଲ୍ଲାୱାରୀ ବୁଲି କଂଗ୍ରେସର ସଂଗଠନକୁ ସଜାଡିବାକୁ ଉଦ୍ୟମ ଚଳାଇଛନ୍ତି ପିସିସି ମୁଖିଆ। ସାଧାରଣ ନିର୍ବାଚନ ଓ ନୂଆପଡା ଉପ-ନିର୍ବାଚନରେ ପରାଜୟ ପରେ ପଞ୍ଚାୟତ ପରୀକ୍ଷାରେ ପାସ୍ ହେବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ।ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ଅସଲ ଲଢେଇ। ତୃଣମୂଳସ୍ତରରେ କାହାର ଦବଦବା ରହିଛି ତାହାର ପ୍ରମାଣପତ୍ର ସାଜିବ ପଞ୍ଚାୟତ ପରୀକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe