କନକ ବ୍ୟୁରୋ : ଭରତପୁର ଥାନା ସେନା- ପୋଲିସ କଳିରେ ବଡ ଅପଡେଟ୍। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ନିଲମ୍ବିତ ହୋଇଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା । ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍ । ଯୌନ ନିର୍ୟାତନା ଭଳି ସଙ୍ଗୀନ ଦଫାରେ ହେଲା ମାମଲା ରୁଜୁ । ମେଜର ଗୁରୁବଂଶ ସିଂ ଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା। କେସ ନମ୍ୱର୍ ୧୧/୨୦୨୪ ରେ ରୁଜୁ ହେଲା ମାମଲା । ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଆଣ୍ଡ କୋ। ସେନା- ପୋଲିସ କଳିରେ ଏବେ ବଡ଼ କାର୍ୟ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚ।
ଭରତପୁର ଥାନା ମେଜର-ପୋଲିସ କଳି ଘଟଣା । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ଅପରାଧିକ ମାମଲା
ମେଜର ଗୁରୁବଂଶ ସିଂ ଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା। କେସ ନମ୍ୱର୍ ୧୧/୨୦୨୪ ରେ ରୁଜୁ ହେଲା ମାମଲା । ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଆଣ୍ଡ କୋ। ସେନା- ପୋଲିସ କଳିରେ ଏବେ ବଡ଼ କାର୍ୟ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚ।