କନକବ୍ୟୁରୋ : ପୁଣି ଏକ ବିମାନ ଦୁର୍ଘଟଣା । ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । ମୁଆନ ବିମାନ ବନ୍ଦରରେ ଅବତରଣବେଳେ ଖସିପଡିଲା ଯାତ୍ରାବାହୀ ବିମାନ । ୧୭୫ ଜଣ ଯାତ୍ରି ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ଅବତରଣ ଠିକ୍ ପୂର୍ବରୁ ଏହା କ୍ରାସ୍ ହୋଇଛି ।
ଦୁର୍ଘଟଣାରେ ବ୍ୟାପକ ମୃତାହତର ସୂଚନା ମଧ୍ୟ ଆସୁଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳୁଛି । ଥାଇଲାଣ୍ଡରୁ ଉତ୍ତର କୋରିଆ ଫେରୁଥିଲା ଏହି ବିମାନଟି । ଆଉ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।