କନ୍ଧମାଳରେ ବଡ଼ ଅପରେସନ: ୩୦ କୋଟିର ଗଞ୍ଜେଇ ଜବତ, ୭୪ ଗିରଫ

Advertisment

କନ୍ଧମାଳ ପୁଲିସ୍ କୁ ବଡ଼ ସଫଳତା, ଦୁଇ ଦିନରେ ଜବତ ହେଲାଣି ୩୦କୋଟି ଟଙ୍କାର ଗଞ୍ଜେଇ। ଘଟଣାରେ ବିଭିନ୍ନ ଥାନାରେ ୪୪ଟି ମାମଲା ରୁଜୁ କରାଯାଇଛି । ୭୪ ଜଣଙ୍କୁ ଗିରଫ କରିଥିବା ବେଳେ, ୧୧ଜଣ ମହିଳା ଗଞ୍ଜେଇ ଚାଲାଣରେ ସାମିଲ ଅଛନ୍ତି ।

କନ୍ଧମାଳ ପୁଲିସ୍ କୁ ବଡ଼ ସଫଳତା, ଦୁଇ ଦିନରେ ଜବତ ହେଲାଣି ୩୦କୋଟି ଟଙ୍କାର ଗଞ୍ଜେଇ। ଘଟଣାରେ ବିଭିନ୍ନ ଥାନାରେ ୪୪ଟି ମାମଲା ରୁଜୁ କରାଯାଇଛି । ୭୪ ଜଣଙ୍କୁ ଗିରଫ କରିଥିବା ବେଳେ, ୧୧ଜଣ ମହିଳା ଗଞ୍ଜେଇ ଚାଲାଣରେ ସାମିଲ ଅଛନ୍ତି ।

PRANAY (6)

Photograph: (kanak news)

କନକ ବ୍ୟୁରୋ: କନ୍ଧମାଳ ପୁଲିସ୍ କୁ ବଡ଼ ସଫଳତା, ଦୁଇ ଦିନରେ ଜବତ ହେଲାଣି ୩୦କୋଟି ଟଙ୍କାର ଗଞ୍ଜେଇ। ଜିଲ୍ଲାର ଫୁଲବାଣୀ ଫୁଲବାଣୀ, ଗୋଛାପଡା, ବାଲିଗୁଡା, ଫିରିଙ୍ଗିଆ ଓ କେ ନୂଆଗାଁ ଥାନା ଅଞ୍ଚଳରୁ ପ୍ରାୟ ୨୧ହଜାର ୫୦୦ କେଜିର ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୩୦କୋଟିରୁ ଅଧିକ ହେବ। ଏହି ଘଟଣାରେ ବିଭିନ୍ନ ଥାନାରେ ୪୪ଟି ମାମଲା ରୁଜୁ କରାଯାଇଛି। ୭୪ ଜଣଙ୍କୁ ଗିରଫ କରିଥିବା ବେଳେ, ୧୧ଜଣ ମହିଳା ଗଞ୍ଜେଇ ଚାଲାଣରେ ସାମିଲ ଅଛନ୍ତି। ଗଞ୍ଜେଇ ଚାଲାଣରେ ବ୍ୟବହାର ହୋଇଥିବା ୨୫ଟି ଗାଡ଼ି ମଧ୍ୟ ଜବତ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବାଲିଗୁଡା ଏସ୍‌ଡିପିଓ।


ସେପଟେ  କୋରାପୁଟରୁ ଜବତ ଗଞ୍ଜେଇ ତେଲ କାରବାର ପଛରେ ଆନ୍ତରାଜ୍ୟ ଲିଙ୍କ୍। ଦ୍ବିତୀୟ ଦିନରେ ଆଉ ୩ମାଫିଆଙ୍କୁ କାବୁ କଲା ପୁଲିସ। ଚଢ଼ାଉ ବେଳେ ଜବତ ହୋଇଥିଲା ୨ଶହ କୋଟିର ଗଞ୍ଜେଇ ତେଲ। ତରଳ ଗଞ୍ଜେଇ ଜବତ ଅପରେସନ ମାମଲାରେ ଆନ୍ତଃରାଜ୍ୟ ମାଫିଆଙ୍କ ସହ ସ୍ଥାନୀୟ କିଛି ଲୋକଙ୍କୁ କାବୁ କରିଛି ପୁଲିସ। ଅପରେସନର ଦ୍ୱିତୀୟ ଦିନରେ ତିନିରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ଜଳ ବନ୍ଦି ଘେରରେ ଥିବା କିଛି ଜଙ୍ଗଲରେ ଚାଲିଥିବା ଅବୈଧ କାରବାର ଉପରେ ଚଡାଉ କରି ବଡ ଧରଣ କାରବାରକୁ ପର୍ଦ୍ଦାଫାସ କରିଛି। ଗିରଫ ଫାମିଆ ମାନେ ବାହାର ରାଜ୍ୟ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ:ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ, ୭୧୨ଜଣ ଛାତ୍ର ଛାତ୍ରୀ ପେଟ ପାଇଁ ବାହାର ରାଜ୍ୟରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe