କନକ ବ୍ୟୁରୋ : ସମ୍ବଲପୁର ସ୍ୱରେଜ କାମ ବେଳେ ବଡ଼ ଅଘଟଣ । ସମ୍ୱଲପୁର ସହର ଶଙ୍କରମଠ ନିକଟରେ ସ୍ୱରେଜ କାମ କଲା ବେଳେ ଭୁଶୁଡ଼ିଲା ମାଟି ଅତଡ଼ା। ମାଟିରେ ପୋତି ହୋଇଥିଲେ ୩ ଜଣ ଶ୍ରମିକ। ତିନି ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସ୍ୱରେଜ କାଳେ ଆଉ କିଏ ରହିଯାଇଥିବା ଆଶଙ୍କାରେ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରାଯାଉଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଶଙ୍କରମଠ ନିକଟରେ ସ୍ୱରେଜ କାମ କରୁଥିଲେ ବିହାରର ଶ୍ରମିକ । କାମ ଚାଲିଥିବା ସମୟରେ ହଠାତ୍ ମାଟି ଅତଡ଼ା ଧସି କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା । ମାଟି ଅତଡ଼ା ଧସିବାରୁ ଜଣେ ଶ୍ରମିକଙ୍କ ଅଣ୍ଟା ଯାଏଁ ମାଟି ହୋଇଥିଲା, ଅନ୍ୟ ଶ୍ରମିକଙ୍କ ବେକ ଯାଏଁ ପୋତି ହୋଇଥିଲା ମାଟି। ଆଉ ଜଣ ଶ୍ରମିକଙ୍କୁ ଉପସ୍ଥିତ ଲୋକ ତୁରନ୍ତ ଉଦ୍ଧାର କରିଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଦୁଇ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମବାହିନୀ । ଉଦ୍ଧାର ଶ୍ରମିକଙ୍କୁ ଡାକ୍ତରଖାନାକୁ ପଠାଇ, ସ୍ୱରେଜରେ କାଳେ ଆଉ କିଏ ଫସିରହିଥିବା ଆଶଙ୍କାରେ ସନ୍ଧାନୀ କୁକୁର ସାହାଯ୍ୟରେ ଖୋଜାଖୋଜି କରାଯାଉଛି।
ସମ୍ବଲପୁର ସ୍ୱେରେଜ କାମ ବେଳେ ବଡ଼ ଅଘଟଣ, ମାଟି ଅତଡ଼ା ଭୁଶୁଡ଼ିବାରୁ ପୋତି ହୋଇଗଲେ ୩ ଶ୍ରମିକ
ସମ୍ୱଲପୁର ସହର ଶଙ୍କରମଠ ନିକଟରେ ସ୍ୱରେଜ କାମ କଲା ବେଳେ ଭୁଶୁଡ଼ିଲା ମାଟି ଅତଡ଼ା। ମାଟିରେ ପୋତି ହୋଇଥିଲେ ୩ ଜଣ ଶ୍ରମିକ। ତିନି ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସ୍ୱରେଜ କାଳେ ଆଉ କିଏ ରହିଯାଇଥିବା ଆଶଙ୍କାରେ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରାଯାଉଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଶଙ୍କରମଠ ନିକଟରେ ସ୍ୱରେଜ କାମ କରୁଥିଲେ ବିହାରର ଶ୍ରମିକ ।
/kanak/media/media_files/2026/01/22/smb-2026-01-22-21-26-06.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)