କନକ ବ୍ୟୁରୋ :  କର୍ଣ୍ଣାଟକରେ ଗଣେଶଙ୍କ ବିସର୍ଜନ ଶୋଭାଯାତ୍ରା ବେଳେ ବଡ ଅଘଟଣ। ଟ୍ରକ ମାଡିଯିବାରୁ ୮ ଜଣ ବ୍ୟକ୍ତିଙ୍କର ଜୀବନ ଯାଇଥିବା ବେଳେ ୨୦ ଜଣରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ଗୁରୁତର ଅଛନ୍ତି । କର୍ଣ୍ଣାଟକର ହସନ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୋଭାଯାତ୍ରାକୁ ବନ୍ଦ କରିଥିବା ବେଳେ ଦୁର୍ଘଟଣା ପଛର କାରଣ ଖୋଜୁଛି । ଟ୍ରକ କିଭଳି ହଠାତ୍ ନିୟନ୍ତ୍ରଣ ହରାଇଲା ତାହା ଏଯାଏଁ ଅସ୍ପଷ୍ଟ । ଦୁର୍ଘଟଣା ସମୟର ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ଗଣେଣ ବିସର୍ଜନ ବେଳେ କିଛି ଲୋକେ ନାଚିବାରେ ମସଗୁଲ ଥିଲେ । ଏହି ସମୟରେ ହଠାତ୍ ସାମ୍ନାପଟୁ ମାଡ଼ିଆସିଥିଲା ଏକ ଟ୍ରକ୍ । ଆଉ ଲୋକଙ୍କ ଉପରେ ଚଢ଼ାଇ ଦେଇଥଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲୋକଙ୍କୁ କିଛି ଭାବିବା ପାଇଁ ବି ସମୟ ନଥିଲା ।