କନକ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ଏନ୍‌କାଉଣ୍ଟର । ମିଳିଲା ଆଉ ୨ ମାଓବାଦୀଙ୍କ ମୃତଦେହ । ମୋଟ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି । ବିଜାପୁର ଓ କାଙ୍କେରରେ ୨୪ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ ।

Advertisment

ବିଜାପୁରରେ ୨୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ କାଙ୍କେର ଜିଲ୍ଲାରୁ ୪ ଜଣଙ୍କ ଶବ ଜବତ କରିଛନ୍ତି ଯବାନ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତେବେ ବିଜାପୁରରେ ଗୁଳିବିନିମୟ ସମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଯାଇଛନ୍ତି । ଉଭୟ ସ୍ଥାନରେ କମ୍ପିଂ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳକୁ ଆହୁରି ଅଧିକ ଯବାନଙ୍କୁ ପଠାଯାଇଛି ।