ବିଜାପୁରରେ ବଡ ଧରଣର ମାଓ ହାମଲା ; ୮ ଯବାନ ସହିଦ

ଛତିଶଗଡ ବିଜାପୁରରେ ବଡ ଧରଣର ମାଓ ହାମଲା । ଯବାନଙ୍କ ଗାଡିକୁ ଟାର୍ଗେଟ କରି କରାଯାଇଛି IED ବିସ୍ଫୋରଣ କରାଯାଇଛି । ଏହି ବିସ୍ଫୋରଣରେ ୮ ଯବାନଙ୍କ ସମେତ ଭ୍ୟାନ ଡ୍ରାଇଭର ମଧ୍ୟ ସହିଦ । ବିସ୍ଫୋରଣରେ ଗାଡି ସମ୍ପୂର୍ଣ୍ଣ ଓଲଟି ଯାଇଥିଲା ।

ଅଦ୍ୟତନ ହୋଇଛି
2NHM

2NHM Photograph: (KanakNews )

କନକ ବ୍ୟୁରୋ : ଛତିଶଗଡ଼ରେ ବଡ଼ଧରଣର ମାଓ ହମଲା । ବିଜାପୁରରେ ଆଇଇଡି ବିସ୍ଫୋରଣରେ ଉଡ଼ିଗଲା ଯବାନଙ୍କ ଗାଡ଼ି । କୁଟରୁ ବେଦ୍ରେ ରାସ୍ତାରେ ବିସ୍ଫୋରଣ ଘଟିଛି । ଏଥିରେ ୮ ଡିଆରଜି ଯବାନ ଓ ଜଣେ ଡ୍ରାଇଭର ମୃତ। ସମସ୍ତ ସହିଦ ଯବାନ ଦାନ୍ତେୱାଡା ଡିଆରଜି କ୍ୟାମ୍ପର। ଦାନ୍ତେୱାଡା, ନାରାୟଣପୁର ଜଙ୍ଗଲରେ ମାଓ ଅପରେସନ୍ ସାରି ଫେରୁଥିଲେ ସମସ୍ତ ଯବାନ। ଗତକାଲି ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ ଅପରେସନ୍‌ରେ ଯାଇଥିଲେ ଏ ସମସ୍ତ ଯବାନ। ଗତକାଲି ମାଓ ଅପରେସନ୍‌ବେଳେ ୪ ନକ୍ସଲ ନିପାତ ହୋଇଥିଲେ। ନକ୍ସଲଙ୍କ ସହ ଗୁଳିବିନିମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe