ଲୁହା ଛଡ଼ ବ୍ୟବସାୟରେ ବଡ଼ ଠକେଇ , ଜୟପୁରରେ ଧରାପଡ଼ିଲା ବାଲି–କଂକ୍ରିଟ ଭରା ଟ୍ରକ୍

Advertisment

ଠକାମୀର ଶିକାର ହେଉଛନ୍ତି ଓଡ଼ିଶା ବ୍ୟବସାୟୀ । ପଶ୍ଚିମବଙ୍ଗରୁ ଲମ୍ବିଛି ଠକେଇର ଚେର। ଏଭଳି ଠକେଇ ମାମଲା ସାମ୍ନାକୁ ଆସିଛି କୋରାପୁଟ ଜୟପୁରରୁ ।

ଠକାମୀର ଶିକାର ହେଉଛନ୍ତି ଓଡ଼ିଶା ବ୍ୟବସାୟୀ । ପଶ୍ଚିମବଙ୍ଗରୁ ଲମ୍ବିଛି ଠକେଇର ଚେର। ଏଭଳି ଠକେଇ ମାମଲା ସାମ୍ନାକୁ ଆସିଛି କୋରାପୁଟ ଜୟପୁରରୁ ।

Summgling

କନକ ବ୍ୟୁରୋ : ଲୁହା ଛଡ଼ ବ୍ୟବସାୟରେ ବଡ଼ ଧରଣର ଠକେଇ । ଠକାମୀର ଶିକାର ହେଉଛନ୍ତି ଓଡ଼ିଶା ବ୍ୟବସାୟୀ । ପଶ୍ଚିମବଙ୍ଗରୁ ଲମ୍ବିଛି ଠକେଇର ଚେର। ଏଭଳି ଠକେଇ ମାମଲା ସାମ୍ନାକୁ ଆସିଛି କୋରାପୁଟ ଜୟପୁରରୁ । ଜୟପୁର ଆମ୍ବାଗୁଡ଼ା ନିକଟରେ ଏମିତି ଏକ ଲୁହା ଛଡ଼ ବୋଝେଇ ଟ୍ରକ୍ ଧରାପଡ଼ିଛି, ଯେଉଁଥିରେ ଲୁହା ଛଡ଼ ବ୍ୟତୀତ ଟ୍ରକ୍ ଭିତରେ ରଖାଯାଇଥିଲା ବାଲି ଏବଂ କଂକ୍ରିଟ୍ ।

ଅଧିକ ପଢନ୍ତୁ : ସାଇବର ଠକେଇ ମାମଲା : ଧର୍ମଶାଳାରେ କ୍ରାଇମବ୍ରାଞ୍ଚ ଓ ପୁଲିସର ବଡ଼ଧରଣର ରେଡ୍

 ଗୋଟିଏ ଗୋଟିଏ ପ୍ୟାକଟର ଓଜନ ୨୦ କେଜି ଲେଖାଏଁ ରହିଛି । ଗୋଟିଏ ଟ୍ରଲରରୁ ପ୍ରାୟ ୨୦୦ ପ୍ୟାକେଟ୍ ବାଲି ଏବଂ କଂକ୍ରିଟ ମିଳିଛି । ସ୍ଥାନୀୟ ବ୍ୟବସାୟୀ ଟ୍ରଲରକୁ ଅଟକାଇ ପୁଲିସକୁ ଖବର ଦେଇଛନ୍ତି । ସୂଚନା ଅନୁଯାୟୀ କାରଖାନାରୁ ବାହାରିବା ବେଳେ ଟ୍ରକ୍‌ ଲୁହା ଛଡ଼ ସହିତ ଓଜନ ହୋଇଥାଏ । କମ୍ପାନୀ କାଗଜପତ୍ର ଅନୁଯାୟୀ ଓଡ଼ିଶାରେ ବ୍ୟବସାୟୀମାନେ ଏହାକୁ ଗ୍ରହଣ କରିଥାନ୍ତି । ମାତ୍ର ରାସ୍ତାରେ ଆସିବା ବେଳେ ଟ୍ରଲର ଡ୍ରାଇଭର ଏଭଳି ଠକେଇ କରୁଥିବା ସନ୍ଦେହ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe