କନକ ବ୍ୟୁରୋ : ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା । ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କୁହାଯାଉଛି ଯେ ଏହି ଡଙ୍ଗାରେ ୮୦ ଜଣ ପ୍ରବାସୀ ଥିଲେ । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି । ଏହି ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ସ୍ପେନ ଯିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ଉପରେ ପ୍ରବାସୀ ଅଧିକାର ସଂଗଠନ ‘ୱାକିଙ୍ଗ ବର୍ଡର୍ସ’ କହିଛି ଯେ ୫୦ ରୁ ଅଧିକ ପ୍ରବାସୀ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି ।