ଉତ୍ତର ପ୍ରଦେଶର ବାଗପତରେ ବଡ ଅଘଟଣ ; ଜୈନ ସମୁଦାୟର ଲଡୁ ମହୋତ୍ସବ ସମୟରେ ଭାଙ୍ଗିଲା ମଞ୍ଚ

ଜୈନ ସମୁଦାୟଙ୍କ ଦ୍ବାରା ଆୟୋଜିତ ଲଡ଼ୁ ପର୍ବ ଅବସରରେ ମନ୍ଦର ପରିସରରେ ନିର୍ମିତ ମଞ୍ଚ ଭୁଷୁଡିଥିଲା,ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୫୦ରୁ ଅଧିକ ଶ୍ରଦ୍ଦାଳୁ ତଳେ ଫସି ରହିଥିଲେ । ୬୫ ଫୁଟ ଉଚ୍ଚ ମଞ୍ଚ ସକାଳ ୮ଟା ସମୟରେ ହଠାତ୍ ଭୁଷୁଡି ପଡିଥିଲା ।

22FTH

Photograph: (kanaknews)

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ବାଗପତରେ ବଡ ଅଘଟଣ । ଜୈନ ସମୁଦାୟ ପକ୍ଷରୁ ଆୟୋଜିତ ଲଡୁ ମହତ୍ସୋବ ସମୟରେ ଘଟିଛି ଅଘଟଣ । ସୂଚନା,ଅନୁସାରେ ଜୈନ ସମୁଦାୟଙ୍କ ଦ୍ବାରା ଆୟୋଜିତ ଲଡ଼ୁ ପର୍ବ ଅବସରରେ ମନ୍ଦର ପରିସରରେ ନିର୍ମିତ ମଞ୍ଚ ଭୁଷୁଡିଥିଲା,ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୫୦ରୁ ଅଧିକ ଶ୍ରଦ୍ଦାଳୁ ତଳେ ଫସି ରହିଥିଲେ । ୬୫ ଫୁଟ ଉଚ୍ଚ ମଞ୍ଚ ସକାଳ ୮ଟା ସମୟରେ ହଠାତ୍ ଭୁଷୁଡି ପଡିଥିଲା । ଆମ୍ବୁଲାନ୍ସର ସୁବିଧା ଶୀଘ୍ର ନମିଳିବାରୁ ଆହାତ ମାନଙ୍କୁ ଇ-ରିକ୍ସା ସାହାର୍ଯ୍ୟରେ  ମେଡିକାଲ ନିଆଯାଇଥିଲା । ଏଡିଏମ ପଙ୍କଜ ବର୍ମା ୭ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି । ପ୍ରଶାସନ ଘଟଣା ଯାଂଚର ନିର୍ଦ୍ଧେଶ ଦେଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲରେ ଆହାତ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ପ୍ରଶାସନ ଆୟୋଜକଙ୍କୁ ଘେରିଛି । କୁହାଯାଉଛି ଅସ୍ଥାୟୀ ସିଡିରେ ଭକ୍ତମାନଙ୍କ ପ୍ରବଳ ଭିଡ ଯୋଗୁଁ ମଂଚ ଭୁଷୁଡିଥିଲା ।ସୁରକ୍ଷା ଦୃଷ୍ଟି କୋଣରୁ ଆୟୋଜକ କିଛି ବି ବ୍ୟବସ୍ଥା ଗ୍ରହଣ କରିନଥିଲେ ବୋଲି ପ୍ରଶାସନ ପ୍ରକାଶ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe